STORYMIRROR

sudhakar sethi

Romance

3  

sudhakar sethi

Romance

ସପନ ପରୀ💥ସୁଧାକର ସେଠୀ

ସପନ ପରୀ💥ସୁଧାକର ସେଠୀ

1 min
8


ରାତି ବଢୁଅଛି ଅଶନି ଗରଜୁଛି

ପଡୁଛି ତୋ କଥା ମନେ

ସପନ ଦେଖି ଉଠିଲି ଚିହିଁକି

ନିଦ ହଜିଲା ନୟନେ।


ଖୋଜୁଛୁ ମତେ ଖୋଜୁଛି ତତେ

ସପନର ଥିଲା ଇତିବୃତ୍ତି 

ସେ ମଧୁର ସପନ ଏତେ ମାଦକତା

ଭାବନାରେ ବିତିଲା ରାତି।


ପ୍ରେମ ମୁଁ କଲି ହୃଦ ହାରିଲି

ମନ ମୋ ଗଲା ହୁଗୁଳି

ତୋ ଛଡା ଆଉ ଦିଶୁନି କିଛି

ପଡିଛି ତୋ ପାଖେ ଟଳି ।


କେତେ ସୁନ୍ଦର ଥିଲା ସେ ସପନ

ଖେଳୁଥିଲେ ଲୁଚକାଳି

ତୁ ଲୁଚୁଥିଲୁ ଖୋଜୁଥିଲି ମୁହିଁ

ବସୁଛି ଏବେ ମୁଁ ଭାଳି ।


ଭୋରରେ ପୁଣି ଲାଗିଗଲା ଆଖି

ବିଛଣାରେ ପଡିଲି ଲୋଟି

ସପନ ରାଇଜେ ପରୀ ସାଜିଥିଲୁ

ପୁଣି ହେଲା ଭେଟା ଭେଟି ।


ହୃଦୟ ମନ ସବୁ ତ ହାତରେ

ଆୟତ୍ତରେ ନାହିଁ କିଛି

ବାସ୍ତବ ରାଇଜେ ଦେଖା ଦେ ଥରେ

ଲୋଡିବି ନାହିଁ ମୁଁ କିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance