STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ସଫଳତାର ମନ୍ତ୍ର

ସଫଳତାର ମନ୍ତ୍ର

1 min
11.8K

ପିମ୍ପୁଡି

ନିଜ ଓଜନଠାରୁ ସହସ୍ର ଗୁଣ

ଖାଦ୍ୟ ଟୁକଡାକୁ

ମିଳିମିଶି ବୋହିନିଅନ୍ତି

କାହିଁ କେତେ ଦୂର

ସଞ୍ଚୟ କରନ୍ତି

ଦୂର୍ବିପାକ ସମୟରେ

ସଭିଏଁ ଆନନ୍ଦେ ଖାଆନ୍ତି ।

ଏକାକୀ କରୁଥିବା କାମ

ନିଜକୁ ବଳିପଡେ

ଏକମନ ନେଇ ଏକାଧିକ ଲୋକ

କାମଟି କଲେ ସହଜ ଜଣାପଡେ ।

ଯେମିତି ଗୋଟିଏ କାଠ ଜାଳି

 ଖାଦ୍ୟ ରାନ୍ଧି ହୁଏନା

ଏକ ବୁନ୍ଦା ପାଣି ପିଇଲେ

ଶୋଷ କେବେ ମେଣ୍ଟେନା

ଅନେକ କାଠି ଏକତ୍ର ଜାଳିଲେ

ରାନ୍ଧିବା ସହଜ ହୁଏ

ଅନେକ ବୁନ୍ଦା ପାଣିରେ

ତୃଷ୍ଣା ମେଣ୍ଟି ହୁଏ ।

ଜଣକୁ କାର୍ଯ୍ୟଟିଏ

କଠିନ ହୋଇପାରେ

ଦଳଗତ କାର୍ଯ୍ୟ କଲେ

ଏକମନ ଏକ ଲକ୍ଷ୍ୟରେ

ନୂତନ ଉପାୟ ମିଳେ

ଜୀବନକୁ ବଦଳାଇ ଦିଏ

ଲକ୍ଷ୍ୟସ୍ଥଳରେ ପହଞ୍ଚିବା

ସହଜ ହୁଏ

ଆଉ ଜିତିବା ନିଶ୍ଚିତ,

ଖେଳ ହେଉ କି ଶିକ୍ଷାକ୍ଷେତ୍ର

କମ୍ପାନୀ କାର୍ଯ୍ୟ ହେଉ କି

ସାମାଜିକ କର୍ମ

ଦଳଗତ ଏକମନ ନେଇ

କରିବସିଲେ

ସଫଳତା ସୁନିଶ୍ଚିତ ।

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational