Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଗଣେଶ୍ୱର ବେହେରା

Inspirational

3  

ଗଣେଶ୍ୱର ବେହେରା

Inspirational

ସଫଳତା

ସଫଳତା

1 min
189


ସଫଳତା 

ପ୍ଲେଟରେ ବଢା ହୋଇନଥାଏ 

ଏହା ଏକ ଆହ୍ବାନ 

ନିଜ ଅନ୍ତରାତ୍ମାର ।


ସଫଳତା 

ଏକ କ୍ଲାନ୍ତ ହୀନ ଯୋଜନା 

ବିନିଦ୍ର ରାତିର 

ଛଟପଟ କଳ୍ପନା ।


ସଫଳତା

ଏକ ଆତ୍ମଘୋଷିତ ଯୁଦ୍ଧ 

ନିଜ ତଥାକଥିତ 

ଜୀବନ ନାଟକର 

ଖିଆଲି ମନୋଭାବ ବିରୁଦ୍ଧରେ ।


ସଫଳତା

ଏକ ଭାବପୂର୍ଣ୍ଣ ଏକାଗ୍ରତା

ନିଆରା ହେବାର

ଏକ ଦୁର୍ଲଭ ସୁଯୋଗ ।


ସଫଳତା 

କଠିନ ଅଧ୍ୟବସାୟ 

ଏକାଗ୍ର ନିଷ୍ଠାର 

ମନୋହର ଅବତାର  ।


ହଁ,

ଆକଣ୍ଠ ଆଶିଷ ଏହାର ଶେଷସ୍ପର୍ଶ 

ଜୀବନର ମୋଡ ବଦଳାଇବାର

ଏକ ଅଦୃଶ୍ଯ କର୍ମରସ ।


Rate this content
Log in

Similar oriya poem from Inspirational