Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok Kumar Nayak

Inspirational

4  

Ashok Kumar Nayak

Inspirational

ସଫଳତା

ସଫଳତା

1 min
381


ମଣିଷ ତିଆରି କରିବା ଯାତ୍ରାରେ

ସାମିଲ ଶିକ୍ଷକଟିଏ,

ସଫଳତା କରେ ଶିଶୁର ଜୀବନ

କଉସଳଟିଏ ଦିଏ l

ବତାଇ ଦିଏ ସେ ସଫଳତା ସୂତ୍ର

ସ୍ନେହ ଆଶୀର୍ବାଦ ଦାନ,

ସମାଜେ କିପରି ପ୍ରଗତି ହେଵଟି

ବଢ଼ାଇ ଥାଏ ତା' ଜ୍ଞାନ l

ଅନ୍ୟନାମ ସଫଳତା ବିଫଳର

ପ୍ରଭୁ ତୁମଠାରେ ଦେଖେ,

ବୋହି ଆସେ ପୁଣି ସ୍ୱତସ୍ପୃତ ଭାବେ

ଦୁଃଖର ବାରିଧି ସୁଖେ l

ସିନ୍ଧୁର କଳ୍ପନା ବିନ୍ଦୁ ବିନ୍ଦୁ ମଧ୍ୟେ

ଯେବେ ହୁଏ ଦୃଶ୍ୟମାନ,

ମନ ମଧ୍ୟେ ଆସି ସେହି ବାରି ରାଶି

ସଫଳତା ଅଧିଷ୍ଠାନ l

ଯୁଗଳ ମୂରତି ତୁମ ପ୍ରତିଛବି

ହୃଦେ ମୋର ଅବସ୍ଥିତ,

ଉଥିତ ମନକୁ ପତିତ କରିବ

ସଫଳତା ସ୍ୱର ସ୍ୱତଃ l

ଜୀବନ ରାସ୍ତାରେ ଚାଲି ଚାଲି ପ୍ରଭୁ

ସାଉଁଟଟେ କେତେ ଯେ ସ୍ମୃତି,

ଦିବ୍ୟ ଜ୍ଞାନ ମତେ ଚାଲିଲେ ସଂସାରେ

ସଫଳତା ଅସରନ୍ତି l

ନିଜକୁ ଚାହିଁଣ ପଚାର ତ ଥରେ

ପାରିବନି କ'ଣ କରି,

ଲୁକାୟିତ ପ୍ରତିଭାରେ ସଫଳତା

ପ୍ରଶଂସାର ଅଧିକାରୀ l

ହୀନମାନ୍ୟ ଭାବ ନ ଭାବରେ ଆନ

ଶତ୍ରୁ ହେବେଟି ନିଜର,

ସଫଳତାର ଏ ମନ୍ତର ଅଟଇ

ସଦା ମନେ ସୁଵିଚାର l

ସାଧୁତା ଶୁଦ୍ଧତା କର୍ମରେ ଥିଲେଟି

ସଫଳ ନିଶ୍ଚେ ଆସିବ,

ଧର୍ମ ଜାତ ହୁଅଇ କର୍ମରୁ ପରା

ଏକଥା ସଦା ସ୍ମରିବ l

ଶୁଭ ଯୋଗ ଅଟେ ପ୍ରତିଟି ମୁହୂର୍ତ୍ତ

ଅପେକ୍ଷା ପୁଣି ନ କର,

ନିଜେ ଯୁଦ୍ଧେ ଲଢ଼ି ଆଣି ସଫଳତା

ବିଜୟ ଧ୍ୱନି ସତ୍ୟର l

ଓଡ଼ିଆ ଭାଷାର ମହତ୍ତ୍ୱ ମିଳୁଛି

ବିଛିନ୍ନ ଭୂମିରେ ଏକା,

ସଫଳତା ମିଳେ ପ୍ରତିଯୋଗିତାର

ସାହସ ହରାନା କେବେ l

ସଫଜାଣିବ ବିଫଳ ଦୁଇ ଭାଇ ପରା

ଚାଲନ୍ତି ତ ଆଗ ପଛ,

ପରୀକ୍ଷା ନିରୀକ୍ଷା ଫଳପ୍ରାପ୍ତ ହୋଇ

ରହିଥାନ୍ତି ସଜବାଜ l

ପରୀକ୍ଷା ଉତ୍ତୀର୍ଣ୍ଣ ହେଲେ ହିଁ ଜାଣିବ

ଆସିଗଲାଟି ସଫଳ,

ଆଶା ଅନୁସାରେ ଫଳଟି ମିଳିଲେ

ପ୍ରାଣକୁ ମିଳଇ ବଳ l

ବିଫଳତାରୁ ବି ଶିକ୍ଷା ମିଳଇ

ମାର୍ଜିତ ହୁଅଇ କର୍ମ,

ନିରନ୍ତର ପ୍ରୟାସ କରି ଜୀବନେ

ହୁଏ ସଫଳତା ଜନ୍ମ l

ସଫଳତା ଖାଲି ସଫଳତା ନୁହେଁ

ଆରମ୍ଭେ ପ୍ରେରଣାଟିଏ,

ସାଧନାର ମାପକାଠି ତାହା ସାଜି

ପ୍ରଗତି ସ୍ତରକୁ ନିଏ l

ସଫଳତା ନୁହେଁ ସମାପ୍ତିସୂଚକ

ଗୁରୁ ଦାୟିତ୍ୱ ସେ ତ,

କର୍ମବୀର ଏକା ଧର୍ମର ତୀରରେ

ଅଭିଜ୍ଞତା ଧରେ କାତ l

ସଫଳତା ଶୀରେ ଅବସ୍ଥାନ ଯଦି

ସୁକର୍ମ ପଥରେ ସତ,

ସଫଳତା ଲାଗି କରିବା ପ୍ରୟାସ

ସାଧନାଟି ଅବିରତ  l।


Rate this content
Log in

Similar oriya poem from Inspirational