STORYMIRROR

Amita Rath

Inspirational Others

3  

Amita Rath

Inspirational Others

ସଫଳତା

ସଫଳତା

1 min
274

ସଫଳତା ହେଲା ଜୀବନର ଏକ

ବିରାଟ ଫଳ ପ୍ରାପ୍ତି,

କେବଳ ପରିଶ୍ରମ ହିଁ ଏହାର ଚାବିକାଠି।

ଇଏ ଏକ ଅପୂର୍ବ ଅନୁଭୂତି, ଯାହାକୁ ପୁଂଜି କରି

କିଏ ଚଢ଼ିଯାଏ ଉନ୍ନତି ର ସର୍ବୋଚ୍ଚ ଶିଖର କୁ , ତ

କିଏ ଖସିପଡ଼େ ରସାତଳ କୁ।

ଯିଏ ଆତ୍ମହରା ହୁଏ ସାମାନ୍ୟ ସଫଳତା ରେ,

ଅନ୍ଧ ହୋଇଯାଏ ଗର୍ବ ଓ ଅହଂକାର ରେ,

ଭୁଲିଯାଏ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ,

ପରିଶ୍ରମ କାତର ହୁଏ,

ସେ ମଣିଷ ସଫଳତା ର ହଜାର ହଜାର ମାଇଲ ଦୂରରେ

ପଡ଼ିଥାଏ ନିର୍ଜୀବ ଶାମୁକା ଟିଏ ପରି ସଂପୂର୍ଣ୍ଣ ଏକଲା..........

କିନ୍ତୁ ଯିଏ ପରିଶ୍ରମୀ, ତା' ପାଇଁ

ସଫଳତା ଏପରି ଏକ ମାଇଲଖୁଣ୍ଟ,

ଯାହାକୁ ଦେଖି ସେ ଭୁଲିଯାଏ ତା'ର ଶ୍ରମ ର କଷ୍ଟ।

ଅଧିକ ଉତ୍ସାହରେ ବଢ଼ିଚାଲେ ଆହୁରି ଆଗକୁ,

ଘଂଚ ଅରଣ୍ୟ ର କଣ୍ଟକିତ ପଥରେ ବି, ରକ୍ତାକ୍ତ ପାଦ ତା'ର

ଅଟକି ଯାଏନା,

ସୁଦୂର ରୁ ସଫଳତା ର ସବୁଜିମା

ହାତ ଠାରି ଡାକୁ ଥାଏ ତାକୁ,ଆଉ

ସେ ବଢ଼ୁଥାଏ ଆଗକୁ....

ସଫଳତା ର ଗୋଟେ ପରେ ଗୋଟେ ପାହାଚ ଅତିକ୍ରମ କରି

ଆହୁରି ଆଗକୁ...........।


Rate this content
Log in

Similar oriya poem from Inspirational