STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସଫଳତା ପଛରେ ମହିଳା

ସଫଳତା ପଛରେ ମହିଳା

1 min
216


ଗାନ୍ଧିଜୀଙ୍କ ସଫଳତା ପଛରେ କସ୍ତୁରବା 

ଛାଡି ଚାଲିଗଲା ପରେ ତୁଟିଲା ଶିରୀ ଶୀରୁ 

କମଳା ନେହେରୁ ଚାଲିଗଲା ପରେ 

ଏକାକୀ ହେଲେ ପ୍ରଧାନ ମନ୍ତ୍ରୀ ନେହେରୁ 

ସତୀ ସୀତା ଶିରୋମଣି ଛାଡିଗଲା ପରେ 

ରାମଙ୍କୁ କହିଥିଲେ ଲୋକେ ଭୀରୁ 

ମନ୍ଦୋଦରୀଙ୍କୁ ରାବଣ କହିଲେ ସତୀମାତା 

ନିଜେ ନିଜ ଉପାସନାରୁ 

ଶ୍ରୀକୃଷ୍ଣ ଛାଡି ଯାଆନ୍ତେ ରାଧାମାଆ 

ଆସୁନଥିଲେ ଯମୁନା ତୀରୁ 

ଯଶୋଦାଙ୍କ ଅବସ୍ଥା କିବର୍ଣ୍ଣିବି 

ଲେଖିବାକୁ ଲେଖନୀ ଗରୁ 

ଜଗନ୍ନାଥ ଯେବେ ରଥ ପଥ ବାଛିନେଇ 

ଦର୍ଶନ ଦିଅନ୍ତି ବଡ଼ଦାଣ୍ଡରୁ 

ମାଆ କମଳିନୀ ରଥ କାଷ୍ଠ ଭାଙ୍ଗି ଦେଇ 

ରାଗରେ କହନ୍ତି ବଞ୍ଚିଛି ମରୁ ମରୁ 

ଶିବ ଛାଡି ଗଲେ ଅଳସ ଅପରାହ୍ନ 

ଲାଗେ ପାର୍ବତୀଙ୍କୁ ଉଦ୍ୟାନ ମରୁ 

ମଣିଷ ବଞ୍ଚିବ କେମିତି ଇଶ୍ୱର ଯଦି 

ଆସିବେ ଡେରିରେ ସ୍ୱର୍ଗ ଘରୁ 

ଫେରିଗଲେ ଶିବ କୈଳାସ ପର୍ବତ 

ମାଆ ପଳେଇବେ ନିଶ୍ଚେ ପେରୁ ବା ଉତ୍ତର ମେରୁ

ପୁରୁଷ ହେଉ ମଣିଷ ଅବା ବୈଜ୍ଞାନିକ ସାହିତ୍ୟିକ 

ତା ପଛରେ ମହିୟସୀ କେହି ନୀରୁ ଅବା ଅରୁ 

ମହିଳା ନଥିଲେ ପୁରୁଷ ପୁଙ୍ଗବ 

ଚଢି ଶିଡ଼ି ପାରିବକି ଆରବ୍ଧ ସୁରୁ 

ଆଜି ବି ମହିଳା ପୁରୁଷ ପଛରେ 

ଆଦାମ ଇଭ ପରି ସୃଷ୍ଟି ଆରମ୍ଭରୁ


Rate this content
Log in

Similar oriya poem from Action