STORYMIRROR

Jayashree Maharana

Children

4  

Jayashree Maharana

Children

ସଫା ପରିବେଶ ଭାରି ସୁନ୍ଦର

ସଫା ପରିବେଶ ଭାରି ସୁନ୍ଦର

1 min
263

ଆସରେ ପିଲାଏ ଶପଥ ନେବା

ଆମ ବିଦ୍ୟାଳୟ ସଫା ରଖିବା ।


ଶ୍ରେଣୀଗୃହେ ଥିବା ଚିରାକାଗଜ

ଡ଼ଷ୍ଟବିନରେ ରଖିବା ଆଜ ।


ଅଳିଆ ସବୁକୁ ଏକାଠି କରି

କମ୍ପୋଷ୍ଟପିଟରେ ଦେବାରେ ଭରି ।


ହତା ମଧ୍ୟେ ଯେତେ ଖାଲୁଆ ସ୍ଥାନ

ମାଟି ପକାଇ କରିବା ସମାନ ।


ବଗିଚାର ଘାସ ଉପାଡିଦେବା

ଫୁଲଫଳ ଗଛ ଲଗାଇଦେବା ।


ବିଦ୍ୟାଳୟ ଆମ ଟିକି ମନ୍ଦିର

ସଫା ପରିବେଶ ଭାରି ସୁନ୍ଦର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children