STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ସଞ୍ଜମତା

ସଞ୍ଜମତା

1 min
140


ଆଉ କେତେ ଦିନ ଗାଉଥିବା

ଶାନ୍ତି - ମୈତ୍ରୀ - ପ୍ରୀତିର ସଙ୍ଗୀତ

କପୋତ ସାଜି ରହୁଥିବା ଅହରହ

ଆତ୍ମରକ୍ଷା ଆତ୍ମସଞ୍ଜମର ମହାମନ୍ତ୍ର

କ୍ରିକେଟ୍ କୂଟନୀତିର ସାହାରାରେ

ଏଡ଼ାଇ ଚାଲିଥିବା ପ୍ରତିସ୍ପର୍ଦ୍ଧା??

ଆଉ କେତେ ଦିନ କହୁଥିବା

ଭାଇ ଭାଇ ବୋଲି ଭଗାରିକୁ

କଳା - ସଂସ୍କୃତି - ସାହିତ୍ୟର ଆଢୁଆଳେ

ହେଉଥିବା କୋଳାକୋଳି ଗୋପନରେ

ବାଣିଜ୍ୟ ବ୍ୟାପାରର ଦ୍ୱାହି ଦେଇ

କରୁଥିବା ନିଜ ସହ ଆତ୍ମ ପ୍ରବଞ୍ଚନା??

ଆଉ କେତେ ଦିନ ଛୁଟୁଥିବ

ରୁଧିରର ବନ୍ୟା ନଗର ପଲ୍ଲୀରେ

ବୀର ପୁଙ୍ଗଵଗଣ ଆତ୍ମାହୁତି ଦେଉଥିବେ

ପ୍ରଛନ୍ନ ଯୁଦ୍ଧର ଯଜ୍ଞ ବେଦୀରେ 

ବାର ବାର ବାରମ୍ବାର ହେଉଥିବ 

ଭୂଲୁଣ୍ଠିତ ଆମର ଅସ୍ତିତ୍ବ ଅସ୍ମିତା??

ଆର ପାରର ଲଢ଼େଇରେ କି ବିବଶତା 

କାହିଁ ପାଇଁ ଆମର ଏ ସଞ୍ଜମତା??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy