STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

ସଞ୍ଜ ଯେବେ ଆସେ ନଇଁ

ସଞ୍ଜ ଯେବେ ଆସେ ନଇଁ

1 min
154

ସୂର୍ଯ୍ୟ ଅସ୍ତ ଗଲେ 

ନଇଁ ଆସେ ସଞ୍ଜ 

ଅନ୍ଧାର ଓଢଣୀ ଟାଣି

ମିଞ୍ଜି ମିଞ୍ଜି ଦୀପ 

ଜାଳି ଦିଏ ଓଡିଆଣୀ

ଚଉରା ମୂଳରେ ଆଣି

ବାଜି ଉଠେ ଘଣ୍ଟ 

ଶୁଭେ ଯାଏଶଙ୍ଖ ଧ୍ବନି

"ଆହେ ଦୟାମୟ" ଗାଇ 

ଖୋଲେ ଭାଗବତଟୁଙ୍ଗୀ

ସଞ୍ଜ ଆସିଲେ ନଇଁ 

ଗାଈଗୋଠ ଫେରେ

ପକ୍ଷୀ ଫେରେ ନୀଡେ

ଚାଷୀ ଫେରେ ହଳ ନେଇ

ନବବଧୂ ସାରେ ତା ପାଇଟି

ଆନନ୍ଦେ ଅଧୀର ହୋଇ

ସହରୀ ଜୀବନେ 

ଏ ଛବି ସପନ

ଆଉ ସେଇ ଦିନ କାଇଁ ?

ସାନ୍ଧ୍ଯ ଭ୍ରମଣେ ଯାଏ ଯେବେ

ଖୋଜେ ଅପାସୋରା ସ୍ମୃତି 

ସ୍ମୃତି ତ ଅଫେରା ନଈ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics