STORYMIRROR

Biswanath Nayak

Fantasy Others

3  

Biswanath Nayak

Fantasy Others

ସଞ୍ଜ ଗୋ

ସଞ୍ଜ ଗୋ

1 min
222


ସଞ୍ଜ ଗୋ!

ଆସ ଧୀରେ 

ଗୋଧୂଳି ବେଳାରେ। 

ନୀଡ଼ ବାହୁଡ଼ା ପକ୍ଷୀର ମୃଦୁ କାକଳିରେ। 


ସଞ୍ଜ ଗୋ!

ଆସ ଧୀରେ 

ଗାଈଆଳ ସୁରେ। 

ଅବଗୁଣ୍ଠନବତୀର ସଞ୍ଜ ସଳିତାରେ। 


ସଞ୍ଜ ଗୋ ! 

ଆସ ଧୀରେ 

ଚାନ୍ଦ ଜୋଛନାରେ। 

କୁମୁଦିନୀର ହସରେ ମଲ୍ଲୀ ମହକରେ। 


ସଞ୍ଜ ଗୋ !

ଆସ ଧୀରେ 

ଚକୋରୀ ଲୁହରେ। 

ମିଳନ ପିଆସୀ ବାଳା ମଧୁ ସପନରେ। 


ସଞ୍ଜ ଗୋ !

ଆସ ଧୀରେ 

ଦେବ ଆଳତିରେ। 

ଘଣ୍ଟ ଘଣ୍ଟା ଶବଦରେ ଓଁକାର ଧ୍ଵନିରେ। 



Rate this content
Log in

Similar oriya poem from Fantasy