ସଞ୍ଚୟ
ସଞ୍ଚୟ
ସଞ୍ଚୟ ତ ଏକ ଅଭ୍ୟାସ
ଭଲ ଗୁଣରେ ଗଣା,
ସଞ୍ଚୟ କରି ନ ପାରିଲେ
ବାଟ ହୋଇବ ବଣା ।
ଏକ ଏକ କରି ସଞ୍ଚିଲେ
ଦିନେ ବହୁତ ହେବ,
ବୁନ୍ଦା ବୁନ୍ଦା ପାଣି ଯେପରି
ଭାଣ୍ଡ ପୂର୍ଣ୍ଣ କରିବ ।
ଖର୍ଚ୍ଚ ହୋଇଥିବା ଅର୍ଥକୁ
କେବେ ଭାବିବ ନାହିଁ,
ଖର୍ଚ୍ଚର ପୂର୍ବରୁ ସଞ୍ଚୟ
ମନେରଖିବ ତହିଁ ।
ଅଯଥାରେ ଖର୍ଚ୍ଚ କରିଲେ
ଲକ୍ଷ୍ୟ ଯିବ ଦୂରେଇ,
ଆପଦ ବିପଦ କାଳରେ
ରାହା ମିଳିବ ନାହିଁ ।
କେତେ ଉପାର୍ଜନ କରିଲ
କର ନାହିଁ ହିସାବ,
କେତେ ତୁମେ ସଞ୍ଚି ପାରିଛ
ତାହା ମନରେ ଭାବ ।
ଆଜି ସଞ୍ଚଥିଲେ କାଲିକି
ଖର୍ଚ୍ଚ କରି ପାରିବ,
ନିଜେ ଖୁସିରହି ଆନକୁ
ସୁଖ ବାଣ୍ଟି ପାରିବ ।
ଧନକୁ ସଞ୍ଚିଲେ ଯତନେ
ସିଏ ରକ୍ଷା କରିବ,
ଭବିଷ୍ୟତ ଆମ ତା ଯୋଗୁଁ
ଆନନ୍ଦରେ କଟିବ ।
ଧନ ସଙ୍ଗେ ଧର୍ମ ସଞ୍ଚିବା
ପୁଣି ଶକ୍ତି ସଞ୍ଚୟ ,
ମୂର୍ତ୍ତିକା ସଞ୍ଚୟ ସହିତେ
ଅରଣ୍ୟର ସଞ୍ଚୟ ।
ଜଳକୁ ସଞ୍ଚୟ କରିବା
ପ୍ରକୃତିର ବିଭବ,
ସଞ୍ଚୟ ଅଭ୍ୟାସ ବଳରେ
ଧରା ହସି ଉଠିବ ।
