STORYMIRROR

Mrs. SASMITA DAS

Inspirational

4  

Mrs. SASMITA DAS

Inspirational

ସଞ୍ଚୟ ରେ ସୁରକ୍ଷିତ

ସଞ୍ଚୟ ରେ ସୁରକ୍ଷିତ

1 min
123

କିଛି ମାନସିକତାରେ ପରିବର୍ତ୍ତନ ଆଣି

ସଞ୍ଚୟର  ବୃହତ୍ତର ଯୋଜନା  କରିବା

କୋଭିଡ-୧୯ ର ଦୌଡ଼ରେ  

ଏକ ଦକ୍ଷ ଧାବକ ହେବା 

ଦେଶର ଆର୍ଥିକ ମାନଦଣ୍ଡକୁ ମଜବୁତ କରି

ପ୍ରତି ମନରେ ସଞ୍ଚୟ ମନୋଭାବ ଉଦ୍ରେକ କରିବା

ପୁରୁଣା ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣି

ନୂତନତ୍ୱରେ କିଛି ନୂଆ ମୋଡ଼ ଦେବା

ସଭିଏଁ ମିତ୍ତବ୍ଯୟୀ ହେବା 

ଅତ୍ଯାବଶକୀୟ ଖର୍ଚ୍ଚକୁ   ପ୍ରମୁଖତା ଦେଇ 

ପୁରୁଣା ଅଟକଳକୁ ଆଗପଛ କରିବା

ମନୋରଂଜନ ପୂର୍ଣ୍ଣ  ଖର୍ଚ୍ଚକୁ

ମନୋନ୍ଦ୍ରିୟରେ ନିୟନ୍ତ୍ରଣ କରିବା 

କିଛି ଦୀର୍ଘ ମିଆଦି ଯୋଜନାରେ

ନିଜକୁ ଅନ୍ତର୍ଭୁକ୍ତ କରି ନିଜକୁ

ଆଗାମୀ ଦିନ ପାଇଁ ପ୍ରସ୍ତୁତ  ରଖିବା

ଅନ୍ଯ ଏକ ଯୋଜନାରେ ନିଜର

ସଞ୍ଚୟରୁ କିଛି,ସମାଜର ଅବହେଳିତ 

ନିଷ୍ପେସିତଙ୍କ ନିମନ୍ତେ ଉସ୍ଚର୍ଗ କରିବା

ସୁସ୍ଥ ଏକ ସମାଜ ଗଠନ ନିମନ୍ତେ

ସଞ୍ଚୟ ମନୋବୃତ୍ତି ରଖି

ନିଜକୁ,ଦେଶର ପ୍ରଗତିରେ ସାମିଲ  କରିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational