STORYMIRROR

Kabi Prasad

Inspirational

3  

Kabi Prasad

Inspirational

ସନ୍ଥ ରଖ ମ୍ଳେଛବଳକେ ସଂହାରି

ସନ୍ଥ ରଖ ମ୍ଳେଛବଳକେ ସଂହାରି

1 min
13K


ଦେଖ ମହାପୁରୁ

ଦୁଃଖିର୍ ଦୁଃଖେ ଯଦି ତମେ ଦୁଃଖି

କାଏଁଯେ ଦେଖୁଛ ହରି

ଦୁଃଖି ଦୁଃଖେ ହେଇକରି ଘାଟି

ଦେଖତ ଯାଉଛେ ଜିରି

ତମେ କେନ୍ତା ବସିଛ ତୁମ୍ପରି

ଘାଏତ ଆସହୋ ସୁଦର୍ଶନ୍ ଧରି

ଇ ସଁସାରୁ ଦୁଃଖ୍ କେ ଦିଅ ମାରି ।।

ଆସ ମହାପୁରୁ

ପାପ୍ ଅଧରମ୍ ବଢ୍-ଲେ ପରେ ହୋ

ଆଏସ ନୂଆ ରୂପେ ଅବତରି

ଆର୍ କେଭେ ଆଏବ ତମେ ସତେ

ଅଧରମ୍ ଧରାକେ ଦେଲାନ ଆବ୍ରି

ଆସ ନ ହୋ ଚକ୍ରଧାରୀ

ସଁସାର୍ ହେଉଛେ ଝୁରି

ପାପ୍ ଅଧରମ୍ କେ ମୂଲୁ ଦିଅନା ମାରି ।।

କହ ମହାପୁରୁ

ଭକତର୍ ପରେ ତମେ ସାହା ହୋ

ଭକତ କରୁଛେ ଗୁହାରି

ନାଇଁ କରନ ଆରୁ ଗୁଲ୍-ଗୁଲା

ଆଶ୍ରା ନାଇଁ ଆରୁ କାହାରି

ଆସ ଆସ ଝେଁ କରି

ଶଙ୍ଖ ଚକ୍ର ଗଦା ଧରି

ସନ୍ଥ ରଖ ମ୍ଳେଛବଳକେ ସଂହାରି

ସନ୍ଥ ରଖ ମ୍ଳେଛବଳକେ ସଂହାରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational