ସନ୍ଥ ରଖ ମ୍ଳେଛବଳକେ ସଂହାରି
ସନ୍ଥ ରଖ ମ୍ଳେଛବଳକେ ସଂହାରି


ଦେଖ ମହାପୁରୁ
ଦୁଃଖିର୍ ଦୁଃଖେ ଯଦି ତମେ ଦୁଃଖି
କାଏଁଯେ ଦେଖୁଛ ହରି
ଦୁଃଖି ଦୁଃଖେ ହେଇକରି ଘାଟି
ଦେଖତ ଯାଉଛେ ଜିରି
ତମେ କେନ୍ତା ବସିଛ ତୁମ୍ପରି
ଘାଏତ ଆସହୋ ସୁଦର୍ଶନ୍ ଧରି
ଇ ସଁସାରୁ ଦୁଃଖ୍ କେ ଦିଅ ମାରି ।।
ଆସ ମହାପୁରୁ
ପାପ୍ ଅଧରମ୍ ବଢ୍-ଲେ ପରେ ହୋ
ଆଏସ ନୂଆ ରୂପେ ଅବତରି
ଆର୍ କେଭେ ଆଏବ ତମେ ସତେ
ଅଧରମ୍ ଧରାକେ ଦେଲାନ ଆବ୍ରି
ଆସ ନ ହୋ ଚକ୍ରଧାରୀ
ସଁସାର୍ ହେଉଛେ ଝୁରି
ପାପ୍ ଅଧରମ୍ କେ ମୂଲୁ ଦିଅନା ମାରି ।।
କହ ମହାପୁରୁ
ଭକତର୍ ପରେ ତମେ ସାହା ହୋ
ଭକତ କରୁଛେ ଗୁହାରି
ନାଇଁ କରନ ଆରୁ ଗୁଲ୍-ଗୁଲା
ଆଶ୍ରା ନାଇଁ ଆରୁ କାହାରି
ଆସ ଆସ ଝେଁ କରି
ଶଙ୍ଖ ଚକ୍ର ଗଦା ଧରି
ସନ୍ଥ ରଖ ମ୍ଳେଛବଳକେ ସଂହାରି
ସନ୍ଥ ରଖ ମ୍ଳେଛବଳକେ ସଂହାରି ।।