STORYMIRROR

Kabi Prasad

Others

2  

Kabi Prasad

Others

ଭାବ୍ ଟା ସଁସାରେ ସୁରୁତ୍

ଭାବ୍ ଟା ସଁସାରେ ସୁରୁତ୍

1 min
2.6K



ଭାବ୍ କରିଥିଲା ପ୍ରହ୍ଲାଦ୍
ଖମୁ ବାହାର୍ଲ ହରି
ଅଏଁଠା ବୁରୋ ଖାଏଲେ ରାମ୍
ଭାବେ ଦେଲା ଯେନୁ ଶବରୀ ।।

ଖୁଦୋଭଜା କେ ଖାଏଲେ ମହାପୁରୁ
ଭାବେ ଦେଲା ବଲି ସୁଦାମା
ହାତ୍ ବଢେଇ ନେଲେ ନଡ଼ିଆ
ଭାବେ ପଠାଲା ଯେ ଦାସିଆ ମହାତ୍ମା ।।

ଭାବ୍ନୁ ଘାଏ ଭାବ୍ନୁ ବଢେ 
ସଁସାରେ ଅଛେ କାଏଁଟା
ଭାବର୍ ବିନେ ମିଛ୍ ମାୟା ସଁସାର୍
ଯାହା ଦେଖୁ ସବୁ ଛୁଛାଟା ।।

ଭାବ୍ ଥିଲେ ତ ସବୁ ବନେ
ଜୁଏ ଲାଗ୍ସି ଭାବର୍ ବିନେ
ଭାବ୍ ଥିଲେ କାଏଁ ଅଭାବ୍ ହେସି
ଭାବ୍ ଟା ସଁସାରେ ସୁରୁତ୍ ଜନେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍