ସେ ସିନା ନାହିଁ
ସେ ସିନା ନାହିଁ


ମନ ଆଜି ମଧ୍ୟ ଖୋଜି ବୁଲେ
ସେ ଅତୀତର କିଛି କ୍ଷଣକୁ
ହେଲେ ସେ ସମୟ ଗର୍ଭରେ
ଆଉ କି ପାଇବି ତା'କୁ
ହଁ ମନକୁ ବୁଝେଇବାକୁ ଏତିକି କହେଁ ନିଶ୍ଚୟ
ଅଲିଭା ସ୍ମୃତିର ସେ କ୍ଷଣ ନାହିଁ ତାର ବିଳୟ ।।
ହୃଦୟଟା ବୁଝେନି କିନ୍ତୁ
ଫେରିବାକୁ ଚାହେଁ ସେ ଅତୀତକୁ
ଝଲ୍-ଝଲ୍ ଅଶ୍ରୁଳ ନୟନେ
ଛାଡି ଆସିଥିବା ସେହି ଅସହ୍ୟ କ୍ଷଣକୁ
କିନ୍ତୁ କେମିତି, ତାହା ସମ୍ଭବ କି କେବେ
ଝଡିଥିବା ପତ୍ର ଜୋଡି ହୁଏ କି କେବେ ।।
ଆଜି ମଧ୍ୟ ଉଜାଗର ହୋଇଉଠେ
ଯେବେ ଦେଖେ ତା' ପରି ଜଣେ
ନାହିଁ ସିନା ସେ ମୋ ପାଖରେ
ହେଲେ ଖୋଜି ବୁଲେ ଏଣେ ତେଣେ
ବୋଧେ ମିଳିଯିବ ଏଇଠି କଉଠି ଆସି
କିନ୍ତୁ ସେ ସ୍ମୃତି ରେ ଯାଇଛି କେବେଠାରୁ ମିଶି ।।
ସେ ଆଜି ସମୟର ଅନନ୍ତ ଗଭୀରେ
ଏ ମୋହ ମାୟା ଭରା ସଂସାର ବାହାରେ
ତାକୁ କି ମନେ ଥିବୁ ମୁଁ ଆଉ ମୋ ପରିଜନ
ତଥାପି ମନ ବୁଝେନି ଜଳୁଛି ବେଦନାରେ
ସେ ସିନା ନାହିଁ ଭରିଯାଇଛି ସ୍ମୃତିର ସିନ୍ଧୁକ
ସାଜି ଯାଇଛି ମୋ ପାଇଁ ସ୍ନେହ ଶ୍ରଦ୍ଧା ର ପ୍ରତୀକ ।।