STORYMIRROR

Kabi Prasad

Inspirational Others

3  

Kabi Prasad

Inspirational Others

ସତ୍ ଆଏ

ସତ୍ ଆଏ

1 min
13K


ଗୁଲେଗୁଲ୍ ଇ କଥା ସତ୍ ଆଏ

ଠକ୍ରି ଇ ଦୁନିଆ ଆଏ

କହୁଥିସି ଗୁଟେ କଥା ଟୁଣେ

କରୁଥିସି ଗୁଟେ ଫାଲେ

ଅଏନ୍ ହଉ କି ଯାର୍ ଅସାର୍ ହଉ

କର୍ସି ତାର୍ ଲାଭ୍ ହେଲେ ।।

ଭୁଲି ଯାଏସି ନୀତି ଅନୀତି

ପଶୁ ଲେଖେଁ କରେ ବେଭାର୍

ପର୍ର ମରନ୍ ହେଲେ ହେଇଯଉ

ନିଜର୍ କର୍ସି ଜୁଗାର୍ ।।

ପାଇଗଲେ ତ ବଢେ ପଦବି ଗୁଟେ

ସ୍ବୟଂ କେ କହେ ମହାପୁରୁ

ମୋର୍ ଠାନୁ ଆରୁ ଅଛେ କିଏ

ଭାବ୍ସି ମତେ ଇ ସଁସାର୍ ଡରୁ।।

ଧନ୍ ସମ୍ପତ୍ତି କେ ସବୁ କହେ

ସଂପର୍କ କେ ଯାଏସି ଭୁଲି

ଟଁକା ପଇସା ଦୁରେ ପାଏଲେ

ଭାବେ ଅମୃତ୍ ବଲି ।।

ମୋହ ମାୟା ନେ ଘାଟି ହେଇ

ଭୁଲିଯାଉଛେ ସବୁ

ଆସିଥିନୁ ଯେନ୍ତା ଯିମୁ ହେନ୍ତା

ବାନ୍ଧି ନେମୁ କାଣା ଭବୁ ।।

କାଏଁ ଭୁଲୁଛେ ଇ ସବୁକେ

ସତ୍ ଆଏ ସନାତନ୍

ଧନ୍ ଜଉବନ୍ ସବୁ ଛାଡିଯିମୁ

ଯେବେ ଆଏବା ମରନ୍ ।।

ବେଲ୍ ଅଛେ ବେଲେ ବେଲ୍ କେ ଦେଖୁଁ

ବେଲ୍ ଯିବା ସରି ସରି

ଇହାଦେ ଉତ୍ପାତ ହେଇଥିମୁ ହେଲେ

ମରିଯିମୁ ଯମ୍ କେ ଡରି ଡରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational