ପ୍ରେମ
ପ୍ରେମ
ପ୍ରେମ
ଏମିତି ପୁସ୍ତକ
ଯାହା ପଢିବା ସହଜ
କିନ୍ତୁ,
ଜୀବନ ବିତିଯାଏ ବୁଝିବାରେ ,
ପ୍ରେମ
ଏମିତି ଭାବ
ଯାହା ଅନନ୍ତ ଅସୀମ
ଯେମିତି ସାଗରେ ଉର୍ମି ,
ପ୍ରେମ
ଏମିତି ଶବ୍ଦ
ଯାହା ଲେଖିହୁଏ
କିନ୍ତୁ ବ୍ୟାଖ୍ୟା କରି ହୁଏନା ,
ପ୍ରେମ
ଏମିତି ଅନୁଭୂତି
ମିଳନ ଆଉ ବିରହ
ଲାଗେ ଏକାପରି
ଚାଲିବାକୁ ହୁଏ ସମୟକୁ ସାଥିକରି ,
ପ୍ରେମ
ଏମିତି ତର୍କ
ଯାହା ଜଣାପଡେନା
ପ୍ରକୃତ ଭାବାର୍ଥ
ତଥାପି ବିଶ୍ୱାସର ପାତ୍ର ,
ପ୍ରେମ
ଏମିତି ଭାଷା
ଯାହାର ଆବଶ୍ୟକତା ନାହିଁ ଶବ୍ଦ
ଆଖିରେ ଆଖିରେ
ନିରବରେ କହିହୋଇଯାଏ ସବୁ କଥା ।

