STORYMIRROR

Kabi Prasad

Romance

2  

Kabi Prasad

Romance

ପ୍ରେମ

ପ୍ରେମ

1 min
175

ପ୍ରେମ

ଏମିତି ପୁସ୍ତକ

ଯାହା ପଢିବା ସହଜ

କିନ୍ତୁ,

ଜୀବନ ବିତିଯାଏ ବୁଝିବାରେ ,

ପ୍ରେମ

ଏମିତି ଭାବ

ଯାହା ଅନନ୍ତ ଅସୀମ

ଯେମିତି ସାଗରେ ଉର୍ମି ,

ପ୍ରେମ

ଏମିତି ଶବ୍ଦ

ଯାହା ଲେଖିହୁଏ

କିନ୍ତୁ ବ୍ୟାଖ୍ୟା କରି ହୁଏନା ,

ପ୍ରେମ

ଏମିତି ଅନୁଭୂତି

ମିଳନ ଆଉ ବିରହ

ଲାଗେ ଏକାପରି

ଚାଲିବାକୁ ହୁଏ ସମୟକୁ ସାଥିକରି ,

ପ୍ରେମ

ଏମିତି ତର୍କ

ଯାହା ଜଣାପଡେନା

ପ୍ରକୃତ ଭାବାର୍ଥ

ତଥାପି ବିଶ୍ୱାସର ପାତ୍ର ,

ପ୍ରେମ

ଏମିତି ଭାଷା

ଯାହାର ଆବଶ୍ୟକତା ନାହିଁ ଶବ୍ଦ

ଆଖିରେ ଆଖିରେ

ନିରବରେ କହିହୋଇଯାଏ ସବୁ କଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance