ବଁଚେଇ ରଖୁଁ ଚାଲ ଝି ଧନ୍ ଟା
ବଁଚେଇ ରଖୁଁ ଚାଲ ଝି ଧନ୍ ଟା
ଦୁଃଖର୍ କଥା
ଗରଭ୍ ଭିତ୍ରେ ଝିକେ ଦେଇ ମାରୁଛ ବିଷ୍
ଫେନ୍ କହୁଛ ଆମେ ଶିକ୍ଷିତ୍
ହେଲେ ଚଲନ୍ ଆଏ ଅଧମ୍ ଟା ।।
ଦୋଷ୍ କାଣା କଲା କାଏଁ କ୍ଷତି
ସେତ ନୁହେଁ ଆସିର୍ ଇ ସଁସାର୍ କେ
ଜୀବନ୍ ଦେବାର୍ ଆଘ୍ନୁ ଜୀବନ୍ ନେବାର୍ ଟା ।।
କନ୍ୟାଦାନ୍ ମହାପୂଇନ୍ ହତ୍ଯା ମହାପାପ୍
ବେଦ ପୁରାଣେ ଅଛେ ପରମାଣ୍
ମାନେ ହେଇ ଏତେ ନାଇଁ ଜାନ୍-ବାର୍ ଟା ।।
ଯଦି ନାଇଁ ଆଏବା ଝି ସଁସାର୍ କେ
ତ ମା' ବୁହେନ୍ ଝି ବହ କେନ ପାଏବ
ମେଟି ଯିବା ସେନମମତା ଭାବ୍ ପ୍ରେମ୍ ଟା ।।
ଝିକେ ପଢାଲେ ପାଠ୍ ଚାଲେ ସୁବାଟ୍
ପୁଓ ସଙ୍ଗେ ଆଏ ସମାନ୍
ବାକି ରହେଲା ଝି ଧନ୍ କେ ଚିନ୍-ବାର୍ ଟା ।।
ଝି କେ ଯେନ୍ ଛି କହେ ସେ ବଢେ ଅଭାଗା
ଝି ତ ହୋ ଭାଗ୍ୟର୍ ଦୁଆର୍
ଭାଗ୍ୟେ ଥିଲେ ଝି ପାଏବାର୍ ଟା ।।
ସହନଶୀଳତାର୍ ପ୍ରତିକ୍ ଆଏ ଝି
ପ୍ରେମ୍ କରୁନାର୍ ଆଏ ମହକ୍
ପୂଜ୍ୟା ନମସ୍ୟା ସମ୍ମାନୀୟା ଟା ।।
ସବୁ ଦୁଃଖ୍ ସହିକରି ସେ
ଦୁଇ କୁଲକେ ହସାସି
ଧଏନ୍ ସେ ଝି ଆରୁ ନାରୀ ଟା ।।
ସେନମମତାର୍ ଝରନ୍ ଝରସି
ଯେନ୍ ଉଆସେ ସେ ରହେସି
<p>ସଭେ ନାଇଁ ପାଅନ୍ ଝି ରତନ୍ ଟା ।।
ଝି ପଢେଇ ଝି ବଢେଇ ଝିକେ ରଖଲେ ଭଲେ
ଝିର୍ ହିତେ ହେବା ସଁସାର୍ କେ ହିତ୍
ଧରା ହେବା ଉଁକିଆ ପଲାବା ଅନ୍ଧାର୍ ଟା ।।
ଅଏନ୍ ଅସାର୍ ଆମେ ସବୁ ବୁଝୁଛୁଁ
ମାନେ କୁଲେ ଆମେ ଜନମ୍ ହେଇଛୁଁ
ଫେନ୍ କେନ୍ତା ଆମର୍ ବେଭାର୍ ଅଧମ୍ ଟା ।।
ଝି ଆଏ ଅମୃତର୍ ପବିତ୍ର ଧାରା
ଝି ଥିଲେ ରହେବା ମାନେ ଇ ଧରା
ଝିର୍ ବିନେ ଦେଖ୍ ଅଛେ କାଏଁ ଟା ।।
ଜନମ୍ ହେଲ ଯାହାର୍ ଗର୍ଭୁ
ଯାହାକେ ସଭେ କହେସ ମା'
ଯଦି ମରିଥିତା ଗର୍ଭେ ମିଲି ଥିତ କାଏଁ ଜୀବନ୍ ଟା ।।
ଗେଲବସରା ସେ ଭାବର୍ ମୂଲ
କୋଢୋ ହେବାର୍ ଆଘ୍ଲୁ ତାକେ ନାଇଁ ତୁଲ
ତାର୍ ଉଦରୁ ଆଏବା ନୂଆ ପିଢି ଟା ।।
ସୀତା ଅନୁସୂୟା ମୀରା ଲକ୍ଷ୍ମୀବାଈ
ଈନ୍ଦିରା କଳ୍ପନା ଗଲେ ନାଁ ରଖି ଦେଇ
ସେ ସବେ କାଣା ନାଇଁ ଥାଇ ଝି କାହାର୍ ଟା ।।
ବୁଝ୍ ଝିକେ ଦିନେ ରଖବା ଟେକ
ଝି ରତନ୍ କେ ଇନସେନ ନାଇଁ ଫିକ
ବଁଚେଇ ରଖୁଁ ଚାଲ ଝି ଧନ୍ ଟା ।।
ଗୁଏଁଠ୍ ଦେଇ ହୁର୍ଦେ ରଖୁଁ ଚାଲ
ମା' ଝି ବୁହେନ୍ କୁଁ ବଁଚାମା ଚାଲ
ତାହେଲେ ଯାଏକ୍ ଶିକ୍ଷିତ୍ ସମାଜ୍ ଟା ।।