STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ସଂସାର ବନ୍ଧନ

ସଂସାର ବନ୍ଧନ

1 min
208

ଏଠି ବନ୍ଧନର ଘନ ରଜନୀ ଅଛି

ମୁକ୍ତିର ବି ମୁକ୍ତ ଆକାଶଟେ ଅଛି

ନର୍କ ନୁହେଁ ଏ ଯେ ମୋକ୍ଷର ଦ୍ୱାର

ଜୀବନେ ସଙ୍ଗୀତ ଦିଏ ପରଶି। 


ଜୀବନ ସର୍ବସ୍ଵ ସଂଗ୍ରହର ସାର

କିଏ କହେ ତାକୁ ଦୁଃଖ ପାରାବାର

ଲୁକ୍କାୟିତ କିନ୍ତୁ ସୁଖ ମୋତି ଝରା

ସଂସାର ତା ନାମ ନୁହେଁ ଶୋକ ଘର। 


ଛନ୍ଦା ଛନ୍ଦି କେତେ ଭାବନାର ଜାଲ

ନାନା ମତ ସଦା ଲାଗିଥାନ୍ତି ଗୋଳ,

ତଥାପି ସଞ୍ଜର ସ୍ନିଗ୍ଧ ସଳିତା ଶିଖାରେ

ଫିଟି ଯାଏ ତାର ଅନ୍ଧାରୀ ଦେଉଳ। 


ବନ୍ଧନ ନୁହେଁ ସେ ସଂଯମର ଡୋରି

ଚାଲିବା ଶିଖାଏ ହାତେ ହାତ ଧରି,

ସବୁ ଅପୂର୍ଣ୍ଣତା ହୁଏ ଏଠି ପୂର୍ଣ୍ଣ

ମନୁଷ୍ୟତ୍ଵ ସାଧନାର ସଫଳ ପ୍ରଭାରୀ। 


ସେ ବନ୍ଧନେ ପଡ଼ି ନୋହି ବାଟ ବଣା

ଖୋଜିବାକୁ ହେବ ଜୀବନ ପ୍ରେରଣା,

କର୍ତ୍ତବ୍ୟ ଆହ୍ଵାନେ ବୀର ସମ ଲଢ଼ି

ଜିତିବାକୁ ହେବ ବ୍ୟଥା ଓ ଯନ୍ତ୍ରଣା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract