STORYMIRROR

Ajitkumar Muni

Tragedy

3  

Ajitkumar Muni

Tragedy

ସଂରକ୍ଷଣ

ସଂରକ୍ଷଣ

2 mins
211

ସାଧାରଣ ନୁହେଁ ଅସାଧାରଣ ମୋ ବଂଶ ଜାତି ପରିଚୟ ଏତେ ସୁବିଶାଳ ବିଶ୍ଵ ବ୍ରହ୍ମାଣ୍ଡରେ ନାହିଁ ମୋ କେହି ସହାୟ ।ବାଲ୍ୟରେ ସେନେହ ଯୌବନରେ ପ୍ରେମ ସଂଘର୍ଷରେ ପ୍ରତିଶ୍ରୁତି ଦେଇନାହିଁ କେଉଁ ଆତ୍ମୀୟ ସ୍ୱଜନଢାଳି ମମତାର ପ୍ରୀତି ।। 1 ।।


ଜନମ ବେଳରୁ ଦେଖିନି ଜୀବନେଧନ ସମ୍ପଦ ପ୍ରାଚୂର୍ଯ୍ୟ ବୁଝିଛି ଜୀବନେ ଏକ ମାତ୍ର ପ୍ରାପ୍ୟଖାଦ୍ୟ, ବସ୍ତ୍ର, ବାସଗୃହ ।ସପନ ମୋପାଇଁ ମାଆର ପଣତ ସପନ ପୀତାଙ୍କ କୋଳ ଦୁର୍ଲଭ ମୋପାଇଁ ଭଗିନୀର ସ୍ନେହଗାଁ ସାଙ୍ଗସାଥୀ ଖେଳ ।।2।।


କେଉଁ ମାଆ ଯଦି ଶୋଇଥିବ ଶେଯେନନ୍ଦନ କୋଳେ ଜାବୁଡ଼ିସେହି ରୂପ ଦେଖି କେତେଯେ କାନ୍ଦିଛିନୟନୁ ଅଶ୍ରୁ ନିଗାଡ଼ି ।ଅବା କେଉଁ ପୁଅ ବାପର ପିଠିରେଘୋଡାର ସବାର ଦେଖିଭିଜେଇ ଦେଇଛି କାନ୍ଧର ଗାମୁଛାଆଖି ଲୁହ ପୋଛିପୋଛି ।। ୩।।


କେଉଁ ଜନନୀର ପବିତ୍ର ଜଠରୁକେଉଁ ବେଳା ଲଗ୍ନେ ଜନ୍ମଜ୍ଞାତ ନାହିଁ ମୋତେ ଏଧରାପୃଷ୍ଠରେକେଉଁଠି ମୋ ଜନ୍ମସ୍ଥାନ ।ଅବା ଜାଣିନାହିଁ ଜନମ ନେଇଛିଘେନି କାହାର ଔରସଖୋଜି ପାଇନାହିଁ ମଥା ଗୁଞ୍ଜିବାକୁପିତୃପୁରୁଷର ବାସ ।।୪।।


ସ୍ମରଣରେ ନାହିଁ କେମିତି କଟିଛିଅସହାୟ ବାଲ୍ୟାବସ୍ଥାଆବିଷ୍କାର କଲି ଜୀବନ ଶୈଶବେସାଜି ଆଶ୍ରମ ବାସିନ୍ଦା ।ଜନ୍ମ ଅବାଞ୍ଛିତ କଦର୍ଯ୍ୟ ଅତୀତଅଯତ୍ନ କୈଶୋର ମୋରସୁମିଷ୍ଟ ଭୋଜନ ସୁରୁଚି ବସନଶାନ୍ତି ସପ୍ନ ଜୀବନର ।।୫।।


ସୀମିତ ମୋପାଇଁ ସୂର୍ଯ୍ୟର କିରଣଜହ୍ନ ମାମୁଁ ଶୀତଳତାସୀମିତ ଗାଁର ନଈ ବାଲିଖେଳବୁଢ଼ୀ ଅସୁରୁଣୀ କଥା ।ସକାଳ ସଂଜରୁ ନାହିଁ ନାହିଁରେ ମୋ ସ୍ମୃତି ରହିଛି ସାଇତାଆଶ୍ରମ ପ୍ରାଚୀର ଭିତରେ ସୀମିତମୋ ଜୀବନ ସ୍ଵାଧୀନତା ।। ୬।।


ନିଷିଦ୍ଧ ମୋପାଇଁ ନଗ୍ର ଜନପଦନିଷିଦ୍ଧ ବନ୍ଧୁ ବାନ୍ଧବନିଷିଦ୍ଧ ସମାଜ ଧର୍ମ ପରମ୍ପରା ସତେବା ଜନ୍ମୁ ଅଛବ ।କେଉଁଠି ହଜେଇ ଦେଇଛି ଜୀବନେଆତ୍ମ ସ୍ୱାଭିମାନ ମୋରକାହିଁକି ସମାଜ ଛଡେଇ ନେଇଛିବଂଚିବାର ଅଧିକାର ।।୭।।


କାହିଁ ମୋର ଶିକ୍ଷା ସାମାଜିକ ଅବାମାନବିକ ଅଧିକାରକିଏସେ ମୋ ହାତେ ଥୋଇଦେବ ଆଣିସମତାର ଅଧିକାର ।ଆଜନ୍ମୁ ସମାଜ ରଖିଛି ମୋ ହିତେଖାଦ୍ୟ ନିରାପତ୍ତା ମୋରଅପପୁଷ୍ଟି ସାଥେ ଲଢ଼ି ମୁ ଜାଣିଛିଜୀବନକୁ ଜିଇଁବାର ।।୮।।


ଜନମ ବେଳାରୁ ଅଭାବ ବୋଧରଶର ଶଯ୍ୟାପରେ ଶୋଇ ଦେଖିଛି ମାଡ଼ି ଚାଲିବାକୁ ବାଲ୍ୟ କୈଶୋରକୁ ଡେଇଁ ।ଆଦ୍ୟ ଯୌବନରେ ଡେଇଁଲି ମୁଁ ଯେବେଆଶ୍ରମ ଲକ୍ଷ୍ମଣ ରେଖାବଞ୍ଚିବାକୁ ହେଲା କଷ୍ଟଲବ୍ଧ ଜ୍ଞାନେଖୋଜି ଜୀବନ ଜୀବିକା ।।୯।।


ସୀମିତ ଜ୍ଞାନେ ମୋ ଯିବାକୁ ଚାହୁଁଛିସିଢି ପରେ ସିଢି ଚଢ଼ିକୁନି ଶିଶୁ ଭଳି ଖସି ଯାଏ ଗୋଡ଼ପଡେ ମୁଁ ତଳେ କଚାଡ଼ି ।ଅଭାବବୋଧର ତତଲା ବାଲିରେ ମରୁଥାଏ ସଢ଼ି ସଢ଼ି ତଥାପି ଚାଲେମୁଁ ସଂଘର୍ଷ ନିଆଁରେ ଜୀବନ ଦେବାକୁ ଗଢି।।୧୦।।


ଜୀବିକାର୍ଜନର ପ୍ରତିଯୋଗିତାରେକମିଯାଉଛି ସାମର୍ଥ୍ୟ କମିଯାଏ ଶିକ୍ଷା, ପ୍ରେରଣା, ଉତ୍ସାହବାଧକ ସାଜୁଛି ଅର୍ଥ ।ମାଆର ସେନେହ ବାପାର ପ୍ରେରଣାନାହିଁ ଗୁରୁଦେବ ଜ୍ଞାନନାହିଁ ନାହିଁର ଏ ଜୀବନେ କେମିତିକରିବି ଜୀବିକାର୍ଜନ ।। ୧୧।।


ବିଶାଳ ଧରାରେ କେମିତି ଅର୍ଜବି ପରିଚୟଟିଏ ମୋରକେମିତି ଅର୍ଜିବି ସ୍ୱାଭିମାନ ସାଥେଦାନା କନା ଜୀବନର ।ପ୍ରତିଷ୍ଠିତ, ଧନୀ, ଜ୍ଞାନୀ ଆଉ ମାନୀକେତେ ବଡଘର ସୂତଜୀବନ ଯୁଦ୍ଧରେ ପଦାଘାତ ଖାଇଲଭିଛି ଶେଷ ପରାସ୍ତ ।।୧୨।।


ମୁଁ ଅବା ଅନାଥ ନାହିଁ ମୋର ନାଥନାହିଁ ସହାୟତା ହାତକୁହ ଖାଲି ଥରେ ଯିବା ଅସ୍ତ୍ର ଘେନିଲଢ଼ିବି ଜୀବନ ଯୁଦ୍ଧ ।ସବୁଜ ଯୌବନ ସଂଘର୍ଷ ବେଳାରେପିଠି ଥାପୁଡ଼ାଇ ମୋରପାରି ହେବାପାଇଁ ମାଗୁଛି ପ୍ରେରଣାବୈତରଣୀ ଜୀବନର ।। ୧୩।।


କେତେ ରାଜନେତା, ସୈନିକ, ପଛୁଆ,ଆଦିବାସୀ, ହରିଜନ,ସଂଖ୍ୟାଲଘୁ, ନାରୀ ଜାତି ପ୍ରୋଚ୍ଛାହନେରଖିଅଛ ସଂରକ୍ଷଣ ।ସେମାନଙ୍କ ମେଳେ ଯୋଡିଦିଅ ମୋରଅବାଞ୍ଛିତ ଜାତି ନାଆଁମାଗୁଛି ମୋ ଜାତି ସହାୟତା ହାତଯାର କେହି ନାହିଁ ସାହା ।।୧୪।।


କେତେ ବଡ ଘର ଯୁବକ ଯୁବତୀଘେନି ଜାତି ସଂରକ୍ଷଣମିଥ୍ୟା ସତ୍ୟପାଠ ଦେଇ ଗଢିଛନ୍ତିକେଡେ ସୁନ୍ଦର ଜୀବନ ।ସମାଜ ଗଢ଼ଣେ ରଥି ମହାରଥିନହେଲେ ଗୁଣ୍ଡୁଚି ହେବିଆବଶ୍ୟକ ହେଲେ ମାଟି ମାଆ ପାଇଁପରାଣ ସମର୍ପି ଦେବି ।।୧୫।।


ଦେବିନି ସୁଯୋଗ ନଷ୍ଟ ହେବାକୁ ମୋମାଟିମାଆ ସ୍ୱାଭିମାନଜାତି ହିତ ଲାଗି ଅନାଥ ଯୁବକକରୁଅଛି ନିବେଦନ ।ଜୀବନେ ପାଇନି ସ୍ନେହ, ପ୍ରେମ, ତ୍ୟାଗ,ପାଇଛି ଖାଲି କଷଣମୋ ଜାତି ଜୀବନ ଜୀଇଁବାର ଅର୍ଥେଦିଅ ମୋତେ ସଂରକ୍ଷଣ ।।୧୬।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy