ମୋକ୍ଷ
ମୋକ୍ଷ
ସ୍ପଷ୍ଟ ଦିବାଲୋକେ ଅବା ଜହ୍ନ ତାରା ରାତିରେ,
ଆସିବ ହେ ପ୍ରିୟ ତୁମେ ସ୍ନେହ ପ୍ରେମ ପ୍ରୀତିରେ l
ଆଲିଂଗନ କରିନେବ ଶୀତଳତା ସ୍ପର୍ଷରେ,
ହାତ ଧରି ଟାଣି ନେବ ସେ ଅଦୃଶ୍ୟ ରଥରେ l
କନ୍ୟା ମାତିଥିବ, ଜ୍ଞାନ-ବିଜ୍ଞାନର ଚର୍ଚ୍ଚାରେ,
ପୁତ୍ର ମଜ୍ଜି ଯାଇଥିବ ଜୀବିକାର ନିଶାରେ l
କର୍ମଜୀବି ପ୍ରାଣପ୍ରିୟା ଯାଇଥିବେ କର୍ମରେ,
ଅବା କର୍ମକ୍ଳାନ୍ତ ହୋଇ ଲୋଟିଥିବେ ଶଯ୍ୟାରେ l
ରେଳ ଶବ୍ଦ ଶୁଣି ବନ୍ଧୁ ଡରୁ ଥିବେ ଭୟରେ,
ଅବା ଜପୁଥିବେ ନାମ ଶୋଇ ରୋଗ ଶଯ୍ୟାରେ l
ଆଉ କେତେ ଯାଉଥିବେ ପାଦ ଚଲା ପଥରେ,
କିଏ ପୁଣି ବଞ୍ଚିଥିବ ନିରିମାଲ୍ୟ ଟୋପାରେ l
ସେତେବେଳେ ହାତ ଧରି ନେଇ ଯିବ ସାଥିରେ,
ଚାଲିଯିବି ନାଚି଼ ନାଚ଼ି ଶୂନ୍ୟତାର ପ୍ରୀତିରେ l
ବିଚ଼ଳିତ ନ ଥିବି ମୁଁ, ଷଢ଼ରିପୁ ଚକ୍ରରେ,
କର୍ଦ୍ଦମାକ୍ତ ନ ଥିବି ମୁଁ ଗର୍ବ ଅହଂକାରରେ l
ନଥିବେ ନୟନେ ଲୁହ ପ୍ରାଣପ୍ରୀୟା ଦୁଃଖରେ ।
ଅବା ବନ୍ଧା ନଥିବି ମୁଁ ପୁତ୍ର-କନ୍ୟା ମୋହରେ,
ଚ଼ାଲି ଯିବି ନାଚ଼ି ନାଚ଼ି ଆତ୍ମାପ୍ରିୟ ପ୍ରୀତିରେ l
ବିଲୀନ ହେବାକୁ ଇଚ୍ଛେ ଚ଼ୀର ମୋକ୍ଷ ପ୍ରାପ୍ତିରେ।