STORYMIRROR

Amit Bal

Abstract Romance Tragedy

3  

Amit Bal

Abstract Romance Tragedy

ସଂପର୍କର ନୂଆ ମୁହଁ

ସଂପର୍କର ନୂଆ ମୁହଁ

1 min
119

ଜାଣେନା ତା' ନାଁ ଗାଁ ଠିକଣା

ଯେ ଯୋଗିନୀ ସାଜି କଲା

           କୁହୁକ କିମିଆଁ ,


ଏଇ ଏବେ ଏବେ ତ ଏ ସଂପର୍କ କଅଁଳିଛି 

           ସମୟର ସବୁଜ କ୍ଷେତରେ

ମୋର ଏ ପ୍ରୀତିହୀନ ନିସ୍ତରଙ୍ଗ ନିବୁଜ ହୃଦୟରେ ,

ଅସରାଏ ବିମ୍ବିତ ବିଭୋରତା ବର୍ଷି ଗଲାପରେ

କେଜାଣି ବିନା ମେଘବର୍ଷାରେ ବି ଗୋଟେ ନଈ

  କେମିତି ସାଗର ବକ୍ଷକୁ 

      ବୈଶାଖରେ ଆପେ ଆପେ ଗଲା ବୋହି !


ହଁ ଏମିତି ବି 

କୁସୁମିତ ଆବେଗର ସମ୍ଭାର ତଳେ

              ମଧୁମକ୍ଷୀର ଚୁମ୍ବନ ;

   ସବୁବେଳେ ନୁହେଁ , ସୁଖର ନନ୍ଦନକାନନ ,

ଦେଖାଯାଉ ସଂପର୍କର ଏ ନୂଆ ମୁହଁ

         ବୁଦ୍ଧର ଶାନ୍ତ ସରଳ ଅବତାର

  ନାଁ ଯୁଦ୍ଧ ଜିଜୀବିଷାର ବାର୍ତ୍ତାବହ ମାୟାବିନୀ

         ଫନୀ ତିତିଲି ଅବା ଅମ୍ପାନ !



Rate this content
Log in

Similar oriya poem from Abstract