STORYMIRROR

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ସଂକ୍ରାନ୍ତି ସଂକଳ୍ପ

ସଂକ୍ରାନ୍ତି ସଂକଳ୍ପ

1 min
836

ହେଲା ଯୁକ୍ତି ତର୍କ ମନେ ନାହିଁ ଶକ

ଖାଇବାକି ଖାଦ୍ୟ ମାଂସ

ବିଧର୍ମୀ କହଇ ଜଗତେ ହସଇ

ସଂକ୍ରାନ୍ତି ଭୋଗ ଆମିଷ ll


ଧନ୍ୟ ଚିନ୍ତାଧାରା ଅଧର୍ମୀରେ ଭରା

ହିନ୍ଦୁ ଧର୍ମେ ନଷ୍ଟ କାୟା

ପ୍ରତି କ୍ଷଣ ବାର  ଈଶ୍ୱର ପୂଜନ

ଖାଦ୍ୟ ପାଇଁ ସବୁ ମାୟା ll


ସଂକ୍ରାନ୍ତି ସଂକଳ୍ପ ଆମିଷ ବର୍ଜନ 

ଶନିବାରେ ଶନି ଦଶା

ସୋମ ବାରେ ଶିବ ଏକାଦଶୀ ଦିନ

ଅନ୍ୟ ଦିନେ ମାଂସ କଷା ll


ମାସର ପ୍ରଥମ ସଂକ୍ରାନ୍ତିର ଦିନ

ସଂକଳ୍ପ ଅଖାଦ୍ୟ ମନା

ମାସ ଯାକ ଆମେ ଭଲ କର୍ମ ମନେ

କରିବାକୁ ହୃଦେ ସିନା ll


ହିନ୍ଦୁତ୍ୱ ଧର୍ମର କାଳିମା ପ୍ରସାର

ତତ୍ତ୍ୱ ହୀନ କୁସଂସ୍କାର

ବହୁ ଆଡମ୍ବରେ ପୂଜା ପାଠ କରେ

ଲୋକ ଦେଖା ଧାର୍ମିକର ll


ବେଦ ଦେଖି ନାହିଁ ବୟସ ସତୁରୀ

ପିଲା ମୋର ବିଦେଶରେ

ମୋ ନାତି ନାତୁଣୀ ଜାଣିବେକି ପାରି

ହିନ୍ଦୁ ଧର୍ମ ବିଷୟରେ ll


ସର୍ବେ ଆମେ ମୂର୍ଖ ନ ଆଣି ସଂସ୍କାର

ଶିକ୍ଷା ଦେଉ ପାଇବାର

ଧର୍ମ ହୀନ ଜ୍ଞାନ ବଢିବ ଅଜ୍ଞାନ

ନାଶଯେ ହେବ ଧର୍ମର ll


ଅଷ୍ଟ ପ୍ରହରୀରେ ଡାକ ବାଜି ଯନ୍ତ୍ରେ

ଠାକୁର ଯାନ୍ତି ପଳେଇ

ଖାଦ୍ୟ ଖାଇ ଘରେ ଘୁଙ୍ଗୁଡ଼ି ଯେ ମାରେ

ଦାଣ୍ଡେ ନଦିଆ ନାଚଇ ll


ଧନ୍ୟ ଆମ ନୀତି ନଦେଖି ସଂସ୍କୃତି

ସଭ୍ୟତାକୁ ଦେବା ବିକି

ମୁହିଁ ମନେ ଭାବେ ଭକ୍ତି ବନ୍ଧା ପଡେ

ଅନ୍ଧାରେ ରହିବା ଯାକି ll


ପୂଜେ ସେବକକୁ ଶକ୍ତି ପାଇବାକୁ

ପୂଜା ପାଇଁ ନାନା ଭୋଗ

ସକଳ ସୃଷ୍ଟିର ନିୟନ୍ତା ଈଶ୍ୱର

ତାଙ୍କ ସୃଷ୍ଟି ତାଙ୍କ ଭୋଗ ll


ପୂଜା ନୁହେଁ ଖାଦ୍ୟ ମନ୍ତ୍ର ଉଚ୍ଚାରଣ

ବିବେକକୁ ଠିକ କର

କର୍ମ ଏକା ତୋର ପୂଜା ଫୁଲ ହାର

ସାଧନାରେ ମନ ଧର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational