Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Children

3  

Durjyodhan Barik

Children

ସଂକ୍ରାନ୍ତି ପୁରୁଷ ଫକୀର ମୋହନ

ସଂକ୍ରାନ୍ତି ପୁରୁଷ ଫକୀର ମୋହନ

1 min
202



ଅଠରଶ ଶତ  ତେୟାଳିଶ ସାଲ

ମକର ସଂକ୍ରାନ୍ତି ଦିନ,

ତୁଳସୀ ଦେବୀ ଓ  ଲକ୍ଷ୍ମଣ ଚରଣ

କୋଳ କରିଲେ ମଣ୍ଡନ ।


ଉଣେଇଶ ଶତ ଅଠର ମସିହା

ରଜ ସଂକ୍ରାନ୍ତି ର ଦିନ,

ସଂକ୍ରାନ୍ତି ପୁରୁଷ ଫକୀର ମୋହନ

ଧରାରୁ ଛାଡ଼ିଲେ ପ୍ରାଣ । 


ଓଡ଼ିଆ ଭାଷା ର ପରିଚୟ ପାଇଁ

ରଚିଥିଲେ ଆନ୍ଦୋଳନ,

ସମାଜ ସଂସ୍କାରେ ଦେଇଥିଲେ ମନ

ଲେଖିଗଲେ ବହି ମାନ ।


କିଣି ଛାପାଖାନା ସ୍ଥାପନ କରିଲେ

ଉତ୍କଳେ ଗୋଟିଏ ପ୍ରେସ,

ସେହି ଛାପାଖାନା ନାମିତ ହୋଇଲା

ସେଦିନୁ ଉତ୍କଳ ପ୍ରେସ ।


ଓଡ଼ିଆ ସାହିତ୍ୟ ଇତିହାସ ପୃଷ୍ଠେ

କରି ଶ୍ରେଷ୍ଠ ଅବଦାନ,

ରଚନା କରିଲେ ଗଳ୍ପ ଓ କବିତା 

 କାହାଣୀ ନାଟକ ମାନ ।


ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ

ଫକୀର ମୋହନ ଜାଣ,

ବାଲେଶ୍ଵର ଜିଲା ମଲ୍ଲୀକାଶପୁର

ଥିଲା ତାଙ୍କ ବାସସ୍ଥାନ ।


     





Rate this content
Log in

Similar oriya poem from Children