STORYMIRROR

Ghanashyam Biswal

Inspirational

2  

Ghanashyam Biswal

Inspirational

ସଂକଳ୍ପ

ସଂକଳ୍ପ

1 min
471

ରଗଡ଼ା ଖାଇ ଖାଇ

ଚୁନାକରେ ଟାଣ ପଥର

ସିଏ ଆଉ କେହି ନୁହେଁ

ଅତି କୋମଳ ସୁତାର ଧାର


ପୁଣି କାଟେ ପଥରକୁ

କଅଁଳିଆ ପାଣିର ଧାର

କରି ମନରେ ଟାଣୁଆ ସଂକଳ୍ପ

କରେ ଅତି ଅସମ୍ଭବକୁ ସହଜେ ପାର


କରି ଆପ୍ରାଣ ସଂଘର୍ଷ

କୁନି ପିମ୍ପୁଡି

ବୋହିନିଏ ଶହେ ଗୁଣା ଓଜନର ଭାର

ପଡ଼ି ଉଠି ଥରକୁ ଥର

ଶିଖାଏ ନୂଆ ବାରତା

ନକହି କଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational