STORYMIRROR

Lokanath Rath

Inspirational

3  

Lokanath Rath

Inspirational

ସଂକଳ୍ପ ନୁହେଁ ସମ୍ପର୍କ ଛିନ୍ନ ..

ସଂକଳ୍ପ ନୁହେଁ ସମ୍ପର୍କ ଛିନ୍ନ ..

1 min
238


ସଂକଳ୍ପ ତ ନୁହେଁ କିଛି ମନଗଢ଼ା ଗଳ୍ପ କି କବିତା ,

ସେ ତ ଅଟେ ଦୃଢ ମନ ଓ ବିଶ୍ୱାସକୁ ବାନ୍ଧିବାର ଫିତା .


ସମ୍ପର୍କ ତ ଅଟେ ହାତେ ଗଢ଼ା ପ୍ରକାର ତା ଭିନ୍ନ ,

ସେ କେବେ ରୁହେ ଅକ୍ଷୁର୍ଣ୍ଣ ତ କେବେ ହୁଏ ଛିନ୍ନ .


ଇତିହାସ କହେ କେତେ ଯୁଦ୍ଧ ଜିତିଛୁ ସଂକଳ୍ପିତ ମନେ,

ସବୁ ସଂସ୍କାର ପ୍ରାପ୍ତ ହୁଏ ଯେବେ ମନ ସଂକଳ୍ପ ଗହନେ.


ମାନବ ଜୀବନେ ସବୁ କର୍ମେ ଲାଭ କରେ ସିଦ୍ଧି ,

ଯେବେ ସଂକଳ୍ପ କରି ଖଟାଏ ନିଜ ସତବୁଦ୍ଧି .


ସଂକଳ୍ପ ଦୃଢ ଯେବେ ଜିତି ହୁଏ ହାରିଥିବା ବାଜି ,

ପୁରାଣ ଇତିହାସ ଠାରୁ କେତେ ଯେ ଦୃଷ୍ଟାନ୍ତ ଅଛି ସାଜି .


ସମ୍ପର୍କ ଯେବେ ସାମୟିକ ହୁଏ ଛିନ୍ନ ,

ସଂକଳ୍ପ ଦୃଢ ଥିଲେ କରେ ପୁଣି ସମ୍ପର୍କ ସ୍ଥାପନ .


ମନେ ଦୁଃଖ ଗ୍ଲାନି କେବେ ଆଣିବାର ନାହିଁ ,

ସେ ସମ୍ପର୍କ ଛିନ୍ନ ଯେ ଅଟେ କ୍ଷଣସ୍ଥାୟୀ .


କର୍ମବୀର କୁଶଳୀ ସଂସ୍କାରୀ କରିଥାନ୍ତି ସଦା ସଂକଳ୍ପ ,

ଯେବେ ହୁଏ ସମ୍ପର୍କ ଛିନ୍ନ ଥାଏ ପାଶେ ତାଙ୍କ ବିକଳ୍ପ .


ଜିତିବା ତ ସଦା ଆମ ରକ୍ତେ ପ୍ରବାହିତ ହୁଏ ,

ସମ୍ପର୍କ ଛିନ୍ନ ହୁଏ କେବେ କିନ୍ତୁ ସଂକଳ୍ପ ନୁହେଁ.



Rate this content
Log in

Similar oriya poem from Inspirational