STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ସଂକୀର୍ତ୍ତନ

ସଂକୀର୍ତ୍ତନ

1 min
19


ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି

ନାମ ଭଜନ କୀର୍ତ୍ତନ

ଭଗବାନଙ୍କର ନାମ ଗୁଣ ଲୀଳା

ହୃଦୟେ ହେଉ ସ୍ମରଣ

ଶାସ୍ତ୍ର ଅନୁଯାୟୀ ସତ୍ୟ ଯୁଗେ ତୀର୍ଥ

ତ୍ରେତୟାରେ ଯଜ୍ଞ କର୍ମ

ଦ୍ଵାପର ରେ ଦାନ ଧର୍ମର ପ୍ରତୀକ

ସଙ୍କୀର୍ତ୍ତନ କଳି ଧର୍ମ

ଏକାଧିକ ଭକ୍ତ ମିଳିତ କଣ୍ଠରେ

ହରି ଙ୍କର ଗୁଣ ଗାନ

ସ୍ଵତନ୍ତ୍ର ରୀତି ରେ ଉଚ୍ଚ ସ୍ୱର ତାଳେ

ସେହି ନାମ ସଙ୍କୀର୍ତ୍ତନ


ସଙ୍କୀର୍ତ୍ତନ ର ଜନକ ଶ୍ରୀଚୈତନ୍ୟ

ଉଲ୍ଲେଖ ଧର୍ମ ଶାସ୍ତ୍ରରେ

ସ୍ଵୟଂ କୃଷ୍ଣଙ୍କର ଭକ୍ତ ଅବତାର

ଶ୍ରୀ ଚୈତନ୍ୟଙ୍କ ରୂପରେ

ନିତାଇ,ଗୌରାଙ୍ଗ ଭାବେ ଜଣାଶୁଣା

ଶ୍ରୀଚୈତନ୍ୟ ଉତ୍କଳ ରେ

ମମ ପ୍ରାଣ ଗୌରାଙ୍ଗ ର ଉଚ୍ଚାରଣ

ସଙ୍କୀର୍ତ୍ତନ ଆରମ୍ଭରେ

କଳି ଯୁଗେ ନାମ ଭଜନ କୀର୍ତ୍ତନ

ଏକ ମାତ୍ର ମୁକ୍ତି ପଥ

ଚୈତନ୍ୟ ରୂପରେ ପ୍ରଭୁଙ୍କର ବାଣୀ

ପ୍ରକାଶିତ ଗୂଢ ତଥ୍ୟ


କୃଷ୍ଣ ଓ ଚୈତନ୍ୟ ଙ୍କର ଗୀତ ଗାନ

ସଙ୍କୀର୍ତ୍ତନ ଭାବେ ଗଣା

ଖୋଳ କରତାଳ ନୃତ୍ୟ ସହିତରେ

ପ୍ରଭୁଙ୍କ ଗୁଣ ବର୍ଣ୍ଣନା

ଚୈତନ୍ୟଙ୍କ ସମୟରୁ ସଙ୍କୀର୍ତ୍ତନ

ପ୍ରଚଳିତ ଉତ୍କଳରେ

ଦେବତା ମାନଙ୍କ ଶୋଭାଯାତ୍ରା ପର୍ବ

ସଙ୍କୀର୍ତ୍ତନ ସହିତରେ

ମୃଦଙ୍ଗ ହିଁ ଖୋଳ ନାମେ ପରିଚିତ

ଝାଞ୍ଜ କରତାଳ ପ୍ରାୟେ

ସମାପ୍ତି ହୋଇଲେ ନାମ ସଙ୍କୀର୍ତ୍ତନ

ବାଦ୍ୟ ଯନ୍ତ୍ର ପୂଜା ପାଏ

ସଙ୍କୀର୍ତ୍ତନ ମଧ୍ୟ ପ୍ରକାର ଭେଦରେ

ସାତ ନାମ ଅଛି ଧରି

ଓଡ଼ିଶୀ,ଦକ୍ଷିଣୀ, ଉତ୍କଳୀ, ରାଢେନ 

ରାଣୀଘାଟି,ବିଷ୍ଣୁ, ପୁରୀ 

କାଳକ୍ରମେ ପ୍ରତି ଶୁଭ ଅବସରେ

ସଙ୍କୀର୍ତ୍ତନ ସମ୍ପାଦନ

ମୃତ୍ୟୁ ଶଯ୍ୟା ପୁଣି ବାର ଦିନ କର୍ମେ

ହେଉଅଛି ସଙ୍କୀର୍ତ୍ତନ 

ସଙ୍କୀର୍ତ୍ତନ ଅବଧି ଭିନ୍ନ ଭିନ୍ନ ବିଧି

ହେଉଅଛି ସମ୍ପାଦନ

ଅଷ୍ଠ ବା ଚବିଶ ପ୍ରହରୀ ପର୍ଯ୍ୟନ୍ତ

ଯଥା ବିଧି ସଙ୍କୀର୍ତ୍ତନ

ପ୍ରତି ପ୍ରହର ରେ ଭିନ୍ନ ଭିନ୍ନ ରାଗ

ରାଗିଣୀ ସହିତ ଗାନ

ରହିଅଛି ସେହି ପରମ୍ପରା ରୀତି

ହେଉଛି ପ୍ରତିପାଦନ


କଳି ଯୁଗେ ହରି ନାମ ସଙ୍କୀର୍ତ୍ତନ

ଏକ ମାତ୍ର ସତ୍ୟ ପଥ

ଭକ୍ତ୍ତଙ୍କ ମେଳରେ ଶ୍ରୀଚୈତନ୍ୟ ମୁଖେ

ହୋଇଥିଲା ପ୍ରଚାରିତ

କୀର୍ତ୍ତନ ସ୍ଥଳୀ ପ୍ରଧାନତମ ତୀର୍ଥ

ସେହି ସ୍ଥାନ ବି ପବିତ୍ର

ଶ୍ରୋତା,ବକ୍ତା ପୁଣି ପାଳିଆ ବାଦକ

ପାପରୁ ହୁଅନ୍ତି ମୁକ୍ତ

ନିତାଇ ଗୌର ହରି ହରି ବୋଲ ରେ

ସଙ୍କୀର୍ତ୍ତନ ଗୁଞ୍ଜରିତ

ନିତାଇ ଗୌର ରାଧେ ଶ୍ୟାମ ଉଚାରି

ଉଚ୍ଚ ସ୍ୱରେ ଗାଇ ଗୀତ

ହରେ କୃଷ୍ଣ ହରେ ରାମ ମହମନ୍ତ୍ର

ସଙ୍କୀର୍ତ୍ତନ ମୁଖ୍ୟ ଜାଣ 

ଭକ୍ତି ଭାବ ରଖି ହୃଦୟ ଭିତରେ

ମିଳିତ ଭାବରେ ଗାନ 


ସଭ୍ୟତାର ଦ୍ୱାହି ଦେଇ ଏ ମଣିଷ

ଭୁଲିଛି ପରମ୍ପରା ରେ

ଚଳଚ୍ଚିତ୍ର ଗୀତ ବୃତ୍ତେ ମହାମନ୍ତ୍ର

ଗାୟନ କରେ ମୁଖରେ

ହରି ନାମ ସଙ୍କୀର୍ତ୍ତନ ପରମ୍ପରା

ସଦା ରହୁ ସମାଜରେ

ସଂସ୍କାର ସହିତ ଆଧ୍ୟାତ୍ମିକ ଭାବ

ଜାଗ୍ରତ ହେଉ ହୃଦରେ ।।


Rate this content
Log in

Similar oriya poem from Abstract