ସଂଖ୍ୟାରେ ଗୀତ (81-90)
ସଂଖ୍ୟାରେ ଗୀତ (81-90)
ଆଠ ଦଶ ଏକ ଏକl ଅଶୀ,
ଯିବା କିରେ ରାମ ବାରଣାସୀ l
ଆଠ ଦଶ ଦୁଇ ବୟା ଅଶୀ,
ଟିକେଟ କିଣିବା ଯାଇ ମିଶି ।
ଆଠ ଦଶ ତିନି ତେୟାଅଶୀ,
କ'ଣ ଭାବୁଛୁ ରେ ତୁ ଏଠି ବସି ।
ଆଠ ଦଶ ଚାରି ଚଉରା ଅଶୀ,
ସୁନ୍ଦର ଜାଗା ସବୁଠାରୁ ବେଶୀ ।
ଆଠ ଦଶ ପାଞ୍ଚ ପଞ୍ଚା ଅଶୀ,
ଟ୍ରେନରେ ଯିବା ଚାଲ ଦୁହେଁ ବସି ।
ଆଠ ଦଶ ଛଅ ଛୟା ଅଶୀ,
ତା ପରେ ଯିବା ଆମେ କାଶୀ ।
ଆଠ ଦଶ ସାତ ସତା ଅଶୀ,
କେତେ ବୁଲିବାରେ ଏଠି ଆସି ।
ଆଠ ଦଶ ଆଠ ଅଠା ଅଶୀ,
ଧନ୍ୟ ହୋଇଲା ଜୀବନ ରାଶି ।
ଆଠ ଦଶ ନଅ ଅଣା ନବେ,
ଘରକୁ ଫେରିବା ଆମେ କେବେ ।
ନଅ ଦଶ ଶୂନ ନବେ,
ଜାଗାରେ ସର୍ବୋତ୍ତମ ଏ ଭବେ ।