STORYMIRROR

Arundhati Jena

Romance Others

3  

Arundhati Jena

Romance Others

ସଂଜ୍ଞାହୀନ ପ୍ରେମ

ସଂଜ୍ଞାହୀନ ପ୍ରେମ

1 min
305

ପ୍ରେମ ଗୋଟେ ଅଦ୍ଭୁତ ଫୁଲର ବାସ୍ନା,

ପ୍ରେମ କରେ ସତେ ଆନମନା।

ପ୍ରତ୍ୟେକ ବନ୍ଧନ ର ପ୍ରାରମ୍ଭ ହିଁ ପ୍ରେମ,

ନିଆରା ଖୁସି ରେ ଭରିଦିଏ ଜୀବନ।

ପ୍ରେମ ନିକିତି ଧନୀ ଗରିବ ଦେଖେ ନାହିଁ,

ଜାତି ବର୍ଣ୍ଣ ଧର୍ମ କୁ ସେ ପ୍ରଶୟ ନ ଦେଇ।

ପ୍ରେମ ଅଜଣା ସାମୁଦ୍ରିକ ଝଡ ର ଅନୁଭବ,

ଯାହା ଉପସ୍ଥିତି ରେ ହୁଏ ଦୁଇ ମନ ର ସଂଯୋଗ।

ଯାହା ଆଗେ ଦୁନିଆଁ ହାରେ ସେ ହେଉଛି ପ୍ରେମ,

ହାରିବା ରେ ଜିତିବା ପ୍ରେମ ର ଅନ୍ୟ ନାମ।

ନିଦାଘ ର ରୌଦ୍ରତାପ ରେ ବି ଶାନ୍ତ ଆଉ ସ୍ନିଗ୍ଧ,

ବର୍ଷା ଭିଜା କୁଆଁରୀ ମନ ର ସେ ଆଉଟା ସ୍ବପ୍ନ।

ପ୍ରେମ ଫଗୁଣ ର ଫଗୁଭିଜା ସେ ଚାନ୍ଦିନୀ ରାତି,

ପ୍ରେମିକାର କାଉଁରୀ ସ୍ପର୍ଶରେ ପୁଣି ବଢେ ଦେହ ତାତି।

ଜୀବନ ସାର୍ଥକ ହେବାର ଅନୁଭବ ହିଁ ପ୍ରେମ,

ଜୀବନରେ ସୃଷ୍ଟି କରେ ଅନେକ ଆଲୋଡନ।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Romance