STORYMIRROR

Arundhati Jena

Romance Others

3  

Arundhati Jena

Romance Others

ସଂଜ୍ଞାହୀନ ପ୍ରେମ

ସଂଜ୍ଞାହୀନ ପ୍ରେମ

1 min
311

ପ୍ରେମ ଗୋଟେ ଅଦ୍ଭୁତ ଫୁଲର ବାସ୍ନା,

ପ୍ରେମ କରେ ସତେ ଆନମନା।

ପ୍ରତ୍ୟେକ ବନ୍ଧନ ର ପ୍ରାରମ୍ଭ ହିଁ ପ୍ରେମ,

ନିଆରା ଖୁସି ରେ ଭରିଦିଏ ଜୀବନ।

ପ୍ରେମ ନିକିତି ଧନୀ ଗରିବ ଦେଖେ ନାହିଁ,

ଜାତି ବର୍ଣ୍ଣ ଧର୍ମ କୁ ସେ ପ୍ରଶୟ ନ ଦେଇ।

ପ୍ରେମ ଅଜଣା ସାମୁଦ୍ରିକ ଝଡ ର ଅନୁଭବ,

ଯାହା ଉପସ୍ଥିତି ରେ ହୁଏ ଦୁଇ ମନ ର ସଂଯୋଗ।

ଯାହା ଆଗେ ଦୁନିଆଁ ହାରେ ସେ ହେଉଛି ପ୍ରେମ,

ହାରିବା ରେ ଜିତିବା ପ୍ରେମ ର ଅନ୍ୟ ନାମ।

ନିଦାଘ ର ରୌଦ୍ରତାପ ରେ ବି ଶାନ୍ତ ଆଉ ସ୍ନିଗ୍ଧ,

ବର୍ଷା ଭିଜା କୁଆଁରୀ ମନ ର ସେ ଆଉଟା ସ୍ବପ୍ନ।

ପ୍ରେମ ଫଗୁଣ ର ଫଗୁଭିଜା ସେ ଚାନ୍ଦିନୀ ରାତି,

ପ୍ରେମିକାର କାଉଁରୀ ସ୍ପର୍ଶରେ ପୁଣି ବଢେ ଦେହ ତାତି।

ଜୀବନ ସାର୍ଥକ ହେବାର ଅନୁଭବ ହିଁ ପ୍ରେମ,

ଜୀବନରେ ସୃଷ୍ଟି କରେ ଅନେକ ଆଲୋଡନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance