ସଂଜୀବନୀ
ସଂଜୀବନୀ
ଝିଁ-ଝିଁ ଝିଁକାରୀ'ର ନାଦ,
ନୀରବ'ଛିନ୍ହ ତିମିରିତ-
ଜନନୀ-ଜଠର,
ପ୍ରଳୟ-ବାରିଧି,
ଭାସମାନ ମୁଁ'ଟିଏ-
ଅଂଧାର-ଗରଭୁ,
ହାଉ-ଯାଉ ସ୍ୱାର୍ଥ'ର ହାଟକୁ,
ଚାରି'ପଟେ ସଂପର୍କ-କୁହୁଡି,
ଆଲୋକ-ଇପ୍ସା'ରେ,
ଧାଏଁ-ମୁଁ ପତଂଗ,
ଦୂରେ ଅଗ୍ନି-ଶିଖା-
ଆତ୍ମାହୁତି-ଯଜ୍ଞେ
ଇଚ୍ଛା-ହୀନ ଜାତ ମୁଁ,
ଅନିଚ୍ଛାରେ-ମୃତ,
ସ୍ୱତ-ପ୍ରବୃତ ପ୍ରେମ,
ଉଷୁମ-ପରଶେ,
ବଂଚିବାର ସପ୍ତ-ରଂଗୀ-
ଇନ୍ଦ୍ରଧନୁ-ଆଶା,
ତୃଷାତୁର-ଚାତକ ମୁଁ-
ପ୍ରେମ-ଗୀତି ଗାଇ,
ଅମା-ଅଂଧାରେ-
ସୌଦାମିନୀ-ରେଖା,
ଗୀରିଷମ-ସଂତାପିତ ବୁକେ,
ମୌସୁମୀ'ର ରିମ୍-ଝିମ୍-
ନୂପୁର-ନିକ୍ୱଣ,
ଶୀତଳ-ପରଶେ,
ତପ୍ତ-ବୁକେ--ଶୁଷ୍କ-ବୀଜେ-
ଅଂକୁର-ଉଦ୍ଗମେ,
ପ୍ରେମ--ପ୍ରେମ--ପ୍ରେମ ଉର୍ଜସ୍ୱଳ,
ଖୁଦ୍ର ଏ ଜୀବନେ
ରକତ-ମାଉଁସ,
ଭୋକ-ଶୋଷ,
ଆଲୋକ--ଅଂଧାର,
ଅନାହୂତ
ବ୍ୟାଧି-ବାର୍ଧକ୍ୟ-ମୃତୁ,
ଭୟ'ଭୀତେ
ହା--ପ୍ରେମ,
ହା--ପ୍ରେମ,
ମଧୁର-ସଂଜୀବନୀ-ସୁଧା,
ମକରଂଦ-ପାନେ,
ଞାତେ-ବିସ୍ମୃତ ସେ-
ମରଣ'କୁ
ପ୍ରେମ ପଂଚାମୃତେ,
ଅଦୂରେ
ମରଣ'ର ଲେଲିହାନ-ଶିଖା,
ଏଇ'ତ ଜୀବନ
ଅଥଚ
ଏଇ ଯେ ପଥର-
ନା' ଅଛି ସଂଗମର ଶୁଖ,
ନା' ଅଛି ଚୁନା-ହେବାରେ ଦୁଃଖ,
ନିର୍ବିକାର
ସ୍ଥିତ'ପ୍ରଜ୍ଞ
ମୋତେ ପଥର କର ହେ ପ୍ରଭୁ,
ପଥର...।
ନୟନ
