STORYMIRROR

Sunanda Mohanty

Inspirational

2  

Sunanda Mohanty

Inspirational

ସଂଗରୋଧ ଏକାନ୍ତ କାମ୍ୟ

ସଂଗରୋଧ ଏକାନ୍ତ କାମ୍ୟ

1 min
3.0K

ଭୁଲ ଧାରଣା କୁ ସଂଶୋଧନ 

ସଂଗରୋଧ ଏକାନ୍ତ କାମ୍ୟ 

ନାକରେ ଲୁଣ, ଖାଇଲେ ରସୁଣ 

ଗରାମପାଣି ଗାଧେଇ ଅବା ମଦଖାଇ 

ତାପମାତ୍ରା ଅଧିକରେ କରୋନା ଯିବପଳେଇ 

କ୍ଲୋରିନ ପାଟିରେ ଦେବା ବିପଦ ଅଟଇ 

ଆଣ୍ଟି ବାଇଓଟିକ ଖାଇଲେ କରୋନା ନଯାଇ 

ଭୁଲ ଧାରଣା କୁ ସଂଶୋଧନ 

ସଂଗରୋଧ ଏକାନ୍ତ କାମ୍ୟ 

ବାହାରକୁ ଗଲେ ଯେ ମାସ୍କ ପିନ୍ଧଇ 

ଥରକୁ ଥର ସାବୁନ ରେ ହାତ ଧୁଅଇ 

ମାସ୍କ କୁ ଫିତା ଧରି ଖୋଲା ପକା ଯିଏ କରଇ 

ଥରେ ଆକ୍ରାନ୍ତ ହେଲେ ଇମୁନିଟି ବଢେ ସତ ଅଟଇ 

ବିଲେଇ କୁକୁର ଆଦି ପୋଷା ଜନ୍ତୁ ପାଖେ ଭୁତାଣୁ ନଥାଇ 

ବୀଜାଣୁ ନୁହେଁ ଏ ମହାମାରୀ ଭୁତାଣୁ ଅଟଇ 

ଭୁଲ ଧାରଣା କୁ ସଂଶୋଧନ 

ସଂଗରୋଧ ଏକାନ୍ତ କାମ୍ୟ 

ନାକରେ ହାତ ମାରିବା ମନା ଅଟଇ 

ଲୁଣାପାଣି କୁଲୁକୁଲୁ ସାମୟିକ ଥଣ୍ଡା ପତିଷେଧକ ପାରେହୋଇ 

ମାତ୍ର ଭୁତାଣୁ ଟାଳିବା ଶକ୍ତି ଆସିବ କାହିଁ 

ସବୁ ବୟସର ଲୋକଙ୍କୁ ଏହା ହୁଅଇ 

ବୃଦ୍ଧା ଅବା ବୃଦ୍ଧ, ଅନ୍ୟ ରୋଗ ଯୋଗୁଁ ହୁଏତ ମରଇ 

କାଶ,ଛିଙ୍କ,ଜ୍ୱର ହେଲେ ଲକ୍ଷଣ ଏହାର ଜାଣଇ 

ଭୁଲ ଧାରଣା କୁ ସଂଶୋଧନ 

ସଂଗ ରୋଧ ଏକାନ୍ତ କାମ୍ୟ 

ମଣିଷ ଜୀବନ ଅଟେ ମହାଧନ 

ଅସାଧାରଣ ସମୟେ ମାନି ନିୟମ କାନୁନ 

ଜଗତ ଜିଣିବାକୁ ହେଲେ ଆପଣେଇବା ମହାଜ୍ଞାନ 

ସୁସ୍ଥ ରହି ଅନ୍ୟ ର ମଙ୍ଗଳ କଲେ ଚିନ୍ତନ 

ନିଜ ପେଟ କାଟି ମୁଠାଏ ଅନ୍ୟ କୁ ଦାନ 

ସଭିଏଁ ଜିଅନ୍ତୁ , "ଜି"ଲେ କରିବା ପୁଣି କାମ 

ଭୁଲ ଧାରଣା କୁ କରି ସଂଶୋଧନ 

ସଂଗରୋଧ ଏକାନ୍ତ କାମ୍ୟ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational