ସଙ୍କଟ ତାରିଣୀ ବ୍ରତ
ସଙ୍କଟ ତାରିଣୀ ବ୍ରତ
ଆଦି ଶକ୍ତି ମାଆ ବିପଦତାରିଣୀ
ସଙ୍କଟ ତାରିଣୀ ମାଆ,
ମହିଳା କରନ୍ତି ବ୍ରତଟି ତହର
ତୋର ଆଜି ବ୍ରତ ମାଆ।
ମାଉସୀ ଘରକୁ ଯାଇ ଛନ୍ତି ଜଗା
ଲକ୍ଷ୍ମୀଙ୍କ ମନ ବିକଳ,
ବ୍ରତଟି କରନ୍ତି ଲକ୍ଷ୍ମୀ ଠାକୁରାଣୀ
ହେଉ ଟି ସ୍ବାମୀ ମଙ୍ଗଳ।
ଫେରନ୍ତୁ କୁଶଳେ ବଡ଼ଦେଉଳକୁ
ସ୍ବାମୀର ନିମନ୍ତେ ବ୍ରତ,
ଥାନ୍ତୁ ସୁରକ୍ଷିତ ନ ପଡୁ ବିପଦ
କରନ୍ତି ତାରିଣୀ ବ୍ରତ।
କରିବେଟି ଦୟା ବିପଦତାରିଣୀ
କରିବେ ସ୍ବାମୀ ମଙ୍ଗଳ,
ଜଗତ ତାରିଣୀ ମାତା ଆଦିଶକ୍ତି
କରିବେ ଶୁଭ ସକଳ।
ମହିଳା କରନ୍ତି ଶ୍ରଦ୍ଧାରେ ବ୍ରତକୁ
ନୈବେଦ୍ୟ ନାନାଦି ଦେଇ,
ସ୍ବାମୀର ମଙ୍ଗଳ କରିବେ ତାରିଣୀ
ବ୍ରତୀ ପୂଜେ ଧ୍ୟାନ ଦେଇ।
କରେ ପୁରୋହିତ ମନ୍ତ୍ର ଉଚ୍ଚାରଣ
ଦେବୀଙ୍କର ଆବାହନେ,
ବସିଥାନ୍ତି ବ୍ରତୀ ହାତଯୋଡ଼ି ତହିଁ
ତାରିଣୀଙ୍କର ସ୍ମରଣେ।
ଶଙ୍ଖ ହୁଳହୁଳି ପଡୁଥାଏ ତହିଁ
ଗୁଞ୍ଜେ ତାରିଣୀ ଙ୍କ ନାଆଁ
ଭକ୍ତି ଶ୍ରଦ୍ଧା ପ୍ରେମ ରଖିଣ ହୃଦୟେ
ଗାଆନ୍ତି ତାରିଣୀ ନାଆଁ।
ଗଣ୍ଠି ଦେଉଥାନ୍ତି ଧରିଣ ତାରିଣୀ
ବ୍ରତରେ ତାରିଣୀ ନାଆଁ,
କରିବ ସୁରକ୍ଷା ବ୍ରତ ଟି ପତିକୁ
ରହିଛି ମାଆଙ୍କ ନାଆଁ।
ମନବାଞ୍ଛା ପୂର୍ଣ୍ଣ କରିବେ ତାରିଣୀ
ହେବ ଟି ଗୃହେ ମଙ୍ଗଳ,
ବିପଦ ତାରିଣୀ କରିବେ ଟି ଦୂର
ସ୍ବାମୀର ହେବ ମଙ୍ଗଳ।
ଯେଉଁ ନାରୀ କରେ ବ୍ରତ ତାରିଣୀଙ୍କ
ହୁଏ ଲକ୍ଷ୍ମୀପୂର୍ଣ୍ଣ ଗୃହ,
ନରୁହେ ବିପଦ ନରୁହେ ଟି କଷ୍ଟ
ଖୁସିରେ ରୁହେ ଟି ଗୃହ।
ଶତ୍ରୁଙ୍କ ନଜର ନ ପଡେ ଗୃହରେ
ନ ଆସେ ଦୁଃଖ ବିପଦ,
ସଙ୍କଟ ତାରିଣୀ କରନ୍ତି ସୁଦୟା
ଦୂର ଟି ହୁଏ ବିପଦ।
ହୁଏ ଦେବାଳୟେ ଦେବୀଙ୍କ ପୂଜନ
ରୁଣ୍ଡ ମହିଳାଙ୍କ ତହିଁ,
ଭକ୍ତିର ପାର୍ବଣ ମହିଳାଙ୍କ ପାଇଁ
ବ୍ରତ ତାରିଣୀ ଯହିଁ।
ନ ପଡୁ ବିପଦ ସ୍ବାମୀଙ୍କୁ ତାଙ୍କର
ଭକ୍ତିରେ ବିନତି ତାଙ୍କ,
ମନବାଞ୍ଛା ତାଙ୍କ ପୂରଣ କରନ୍ତି
ଦୂର ବାଧାବିଘ୍ନ ତାଙ୍କ।
କରୁ ଥିବି ମାତା ତୋହର ଏ ବତ୍ର
ଥିବାଯାଏ ଏଜୀବନ,
ହୃଦେ ଗୁଞ୍ଜୁ ଥିବ ବିପଦତାରିଣୀ
ଜପୁଥିବ ହୃଦେ ମନ।
ସଙ୍କଟ ତାରିଣୀ ତୁହି ସର୍ବୋତ୍ତମ
ଗୃହସ୍ତା ଧର୍ମରେ ମୋର,
ତବ ବିନୁ ଗତି ନାହିଁ ମା'ତାରିଣୀ
ବିପଦକୁ ଦୂର କର।
ଡଗର କଠିଣ ଜୀବନ ଯାତ୍ରାର
ଜନନୀ ତୁହି ଭରୋସା,
ଅର୍ପଣ କରୁଛି ମନ ପ୍ରାଣ ମୋର
କରିଛି ତୋତେ ମା' ଆଶା
