STORYMIRROR

Lalit kumar Swain

Action Classics Inspirational

3  

Lalit kumar Swain

Action Classics Inspirational

ସଂଘର୍ଷ

ସଂଘର୍ଷ

1 min
211

ଜୀବନେ ସଂଘର୍ଷ ନିତାନ୍ତ ଜରୁରୀ

ସଂଘର୍ଷ ଦିଅଇ ସତ୍ୟ

ସଂଘର୍ଷ ରହିତ ଜୀବନ ଜୀବନ ନୁହେଁ

ଅଲେଖା କାଗଜ ଫର୍ଦ୍ଦ।


ପୂଜ୍ୟସ୍ପଦ ହୋଇ ଅନନ୍ତ କାଳକୁ

ଇତିହାସ ପୃଷ୍ଠେ ନାମ

ଲେଖି ହୋଇଅଛି ସଂଘର୍ଷେ ସଂଯୁକ୍ତ

ବ୍ୟକ୍ତିଙ୍କର ସନମାନ।


ଜୀବନର ଅନ୍ୟ ନାମଟି ସଂଘର୍ଷ

ମୁଦ୍ରାର ଦୁଇଟି ପାର୍ଶ୍ୱ

ପୂର୍ଣ୍ଣତା ଆସେନି ମଣିଷ ଜନ୍ମରେ

ସଂଘର୍ଷେ ନୋହିଲେ ମତ୍ତ।


ବିନା ସଂଘର୍ଷ ରେ କିଛି ମିଳେ ନାହିଁ

ଇତିହାସ ଅଛି ସାକ୍ଷୀ

ଦେବ ଦାନବଙ୍କ ସଂଘର୍ଷ ନୋହିଲେ

ଅମୃତ ପାରନ୍ତେକି ଚାଖି।


ସଂଘର୍ଷ ଯେଉଁଠି ମାପକାଠି ହୋଇ

ଚଳାଏ ଜୀବନ ନାଆ

ବିନା ସଂଘର୍ଷରେ କିପରି କହିବା

ନିଶ୍ୱ ଅଛି ମୁ ଆହା।


ସଫଳତା ପାଇଁ କେ ସଂଘର୍ଷ କରଇ

କେ କରେ ପାଇଁ ସମ୍ପତ୍ତି

ମୁଠେ ଅନ୍ନ ପାଇଁ ଜୀବନ ହାରନ୍ତି

ସଂଘର୍ଷେ ନ ପାରି ଜିତି।


ସମାଜର ହିତେ ସଂଘର୍ଷ ଜରୁରୀ

ଆହ୍ୱାନ ଯୁଗ ଯୁଗରୁ

ତେବେ ସିନା ସାର ହୋଇବ ଜୀବନ

ଏହି ନଶ୍ୱର ସଂସାରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action