STORYMIRROR

Prasant Kumar Nath

Abstract

2  

Prasant Kumar Nath

Abstract

ସଂଘର୍ଷ

ସଂଘର୍ଷ

1 min
455

ଜୀବନର ଅନ୍ୟନାମ 

ଅଟଇ ସଂଘର୍ଷ

ସଂଘର୍ଷ ବିନା ଜୀବନ

ଅଟେ ମୂଲ୍ୟ ହ୍ରାସ

ଏମିତି ମଣିଷ ନାହିଁ

ଯିଏ ସଂଘର୍ଷ କରିନି

ବିନା ସଂଘର୍ଷରେ କିଏ

ଜୀବନ ଜିଇନି

କାହାର ସଂଘର୍ଷ ଅଟେ

ଖାଦ୍ୟ ମୁଠେ ପାଇଁ

ଆଉ କାହାର ସଂଘର୍ଷ

ବାସଗୃହ ନେଇ

କାହାର ସଂଘର୍ଷ ଏଠି

ସମ୍ପର୍କ ସାଥିରେ

କାହାର ସଂଘର୍ଷ ପୁଣି

ପ୍ରେମ ଓ ପ୍ରୀତିରେ

କିଏ କରେ ସଂଘର୍ଷ

ରୋଜଗାର ପାଇଁ

ଆଉ କା'ର ସଂଘର୍ଷ

ଚାକିରିକୁ ନେଇ

କାହାର ସଂଘର୍ଷ ଏଠି

ଅନ୍ୟ ଖୁସି ପାଇଁ

ଆଉ କାହା ସଂଘର୍ଷ ସାଜେ

ନିଜ ସ୍ୱାର୍ଥ ନେଇ

ସଂଘର୍ଷ ବିନା ଜୀବନର

ମୂଲ୍ୟ କିଛି ନାହିଁ

ଜୀବନ ରହିଲେ ସଂଘର୍ଷ

ସାଥେ ଥାଏ ରହି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract