ସନେଟ -୫୦
ସନେଟ -୫୦
ମର୍ମାହତ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଭାରତ ଭାଗ୍ୟ-ଭାସ୍କର ଆଜି ଅସ୍ତମିତ
ବିତରୁ ନାହିଁ ସୁହାସ ଶ୍ରଦ୍ଧାରେ ରଜତ ।।
ଢାଙ୍କିଛି ଅମା ଅନ୍ଧାର ତେଣୁ ଚଉଦିଗେ
ବିହରନ୍ତି ନିଶାଚର ଉଲ୍ଲାସେ ସରାଗେ ।।
ସାଧୁଜନେ ହେଉଛନ୍ତି ଚକଟି ବିକଳେ
ନିରାକାରେ ନିରବଧି ଡାକନ୍ତି ଆକୁଳେ ।।
ଦୁର୍ବଳ ନିରୀହ ଜନେ ସବଳ ରାକ୍ଷସେ
ପୀଡୁଛନ୍ତି ଶୋଷୁଛନ୍ତି ଶୋଣିତ ରଭସେ ।।
ରାଜନୈତିକ ତସ୍କର ଲୁଟୁଛନ୍ତି ଧନ
ନାହିଁ କି ପ୍ରଭୁ ! ଜଗତେ ଦରିଦ୍ରଙ୍କ ସ୍ଥାନ ।।
ଅନ୍ଧାଙ୍କ ରାଜ୍ୟେ ଆରସୀ ବିକିବା କା ପାଶେ ?
ଜଣାଇବା ମର୍ମନ୍ତୁଦ ବେଦନା କି ଭାଷ୍ୟେ ?
ଆମ୍ବକୁ ନିମ୍ବ ବୋଲିବା ଯୁଗ ହୋଇଅଛି
ଭାଳି ଭାଳି ଦୀନ ଜନ ଜୀବନ ସଢ଼ୁଛି ।।
ସମାପ୍ତ
