STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୪୯

ସନେଟ -୪୯

1 min
13.5K


ଆଶିଷ ଭିକ୍ଷା


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଚୌହାନ ବଂଶ କିରୀଟ କବିକୁଳ-କଞ୍ଜ

ଉପାଧି ଦେଲେ ଦ୍ଵିତୀୟ ଉପଇନ୍ଦ୍ର ଭଞ୍ଜ ।।

ଉତ୍କଳ ଲକ୍ଷ୍ମୀ ସୁକାବ୍ୟେ ବର୍ଣ୍ଣି ଗୁଣ ସାର

କୋଶଳ-କବି-କଞ୍ଜାର ପୂଜ୍ୟ ଗଙ୍ଗାଧର ।।

ସକଳ ଗୁଣାଲଂକୃତ କରୁଣା ନିଧାନ

ମହାମାରି ମୃତ୍ୟୁ ମୁଖୁଁ ପ୍ରଜାଙ୍କୁ ତାରଣ - ।।

କରି " କାଇଜର୍-ଇ-ହିନ୍ଦ୍ "ପୁରଟ ପଦକ

ପୁରସ୍କୃତ ହୋଇଥିଲ,ରାଜନ୍ୟ ତିଳକ ।।

ତବ ସୃଷ୍ଟ ଖଡ଼ିଆଳ ସାହିତ୍ୟ ସମିତି

ଅର୍ପେ ପୁରଣ ଚରଣେ ଭକ୍ତିର ପ୍ରଣତି ।।

ଆଜି ତବ ପୂତ ଶ୍ରାଦ୍ଧ ଦିବସେ ନରେଶ

ଘେନି ବିବୁଧ ଭବନୁ ଆଶିଷ ବରଷ ।।

ଦ୍ଵିତୀୟ ବରଜରାଜ ପ୍ରକଟି ପ୍ରମୋଦେ

କବନ କଞ୍ଜ ଚଢ଼ାଉ କାଦମ୍ବରୀ ପାଦେ ।।



ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics