Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ସ୍ନେହ ଡୋରି

ସ୍ନେହ ଡୋରି

1 min
18



ଭ୍ରାତା ଭଗ୍ନୀ ସ୍ନେହ ସମ କିଏ କହ

ଅତୁଟ ବନ୍ଧନ ଏହି ।

ଡୋରି ବାନ୍ଧି ଦିଏ ଭଗ୍ନୀ ଭାଇ ହାତେ

ମଙ୍ଗଳ ମନାସି ସେହି ।।

ନିର୍ମଳ ହୃଦୟ କେତେ ରାଗ ଋଷା

ପୁଣି ପିଟା ମାଡ଼ କଳି ।

ତଥାପି ଭଉଣୀ ସ୍ନେହର ରଙ୍କୁଣୀ

ଧରି ଆସେ ରାକ୍ଷୀ ଥାଳି ।।

ଦୀପ ଧୂପ ପୁଷ୍ପେ ବନ୍ଦାଣେ ଭାଇକୁ

ମାରଇ ବିଜୟ ଟୀକା ।

ଅନୁରାଗେ ଭଗ୍ନୀ କହେ ତୁନି ତୁନି

କରିବୁନି ଭାଇ ଏକା ।।

ମୁଣ୍ଡେ ହାତ ମାରି କହେ ଭାଇ ଧରି

ପିଣ୍ଡେ ଆତ୍ମା ତୁଲ ମୋର ।

ତୋ ବିନା କେମିତି ମହୀରେ ବଞ୍ଚିବି

ପାଖେ ପାଖେ ଥିବି ତୋର ।।

ଦେବିନି ଆଖିରୁ ଲୁହ ଆସିବାକୁ

ଥିବି ସଦା ହୋଇ ଛାଇ ।

କଣ୍ଟାରେ ଚାଲିବି ଓଠେ ଖୁସି ଦେବି

ଥିବି ବରଗଛ ହୋଇ ।।

ବାନ୍ଧିଦେ ବାନ୍ଧିଦେ ଡୋରି ତୁ ବାନ୍ଧି ଦେ

ସୁନାନାକୀ ଭଗ୍ନୀ ମୋର ।

ସମ୍ପର୍କ ଆମର ଜନ୍ମ ଜନ୍ମାନ୍ତର

 ଯୁଗେ ଯୁଗେ ଯେ ଆମର ।।



Rate this content
Log in

Similar oriya poem from Inspirational