STORYMIRROR

Pramila Mohanty

Inspirational Others

2  

Pramila Mohanty

Inspirational Others

ସନ୍ଦେଶ

ସନ୍ଦେଶ

1 min
18


ବୀଜ ରୁ ହୋଇଛି ଜାତ

ଧୀରେ ଧୀରେ ବଢି ହୁଏ

     ଅଙ୍କୁରିତ

ହୋଇ ଯାଏ ଶାଖା ପ୍ରଶାଖା

      ବିମଣ୍ତିତ

ପ୍ରତି ଡାଳ ମହକାଏ ହୋଇ

      ପୁଷ୍ପିତ

ମାଟି ରେ ବଢ଼ି ସୁନୀଳ ଆକାଶକୁ

କରେ ପ୍ରଣିପାତ

ତପନର କିରଣରେ

ହୋଇ ଯାଏ ଆଲ୍ଲାଦିତ

   ବିମୋହିତ ସମୀରଣକୁ

 କରାଏ ବାଷ୍ପତ

ପ୍ରାଣକୁ ବଞ୍ଚାଇବା ସଞ୍ଜିବନୀ

ତାହା ଠାରେ ଗଛ୍ଛିତ

କିନ୍ତୁ ଅସହାୟ ଭାବି

କରିଥାନ୍ତି ଖଣ୍ଡ ବିଖଣ୍ତିତ

କରତର ଧାରରେ ହୋଇଯାଏ

 କରିଥାନ୍ତି ଛେଦିତ

ତାରି ଛତ୍ରଛାୟାରେ ସବ୍ରେ ଆଶ୍ରିତ

ତାରିଦେହରେ ନିମ୍ରିତ ପଲଙ୍କରେ

ଯାଅନ୍ତି ନିଦ୍ରାରେ ନିଦ୍ରିତ

ବିଚାର କରିବା ଥରେ

ନହୋଇ ନିମଗ୍ନ କାର୍ଯ୍ୟରତ

ବୀଜଟିଏ ପୋତି ଦେବା

ନୂତନ ରୂପ ଧାରଣ କରି

ହୋଇବ ଉପ୍ତିତ

ଧ୍ୱଂସ ମୁଖରୁ ହୋଇ ଯିବା

ସବ୍ରେ ବଞ୍ଚିତ

ହୋଇବା ନି ଆଉ

       ଆତଙ୍କିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational