STORYMIRROR

Dharitri Das

Romance

3  

Dharitri Das

Romance

ସନ୍ଦେହୀ ପ୍ରିୟତମା

ସନ୍ଦେହୀ ପ୍ରିୟତମା

1 min
222

ଆଖି ବୁଜି ଭଲ ପାଉଥିଲି

ହେଲେ କେବେ ମୁଁ କହି ନଥିଲି।

ସନ୍ଦିହାନ ପ୍ରିୟତମା ମୋର

ହରାଇଛି ବିଶ୍ୱାସକୁ ତାର।

ଅବିଶ୍ୱାସ ନିଆଁରେ ଜଳାଇ

ରଖିଥାଏ ନିଜକୁ ଦୂରେଇ।

ବୁଝିପାରେ ନାହିଁ ହୃଦୟରେ

କେତେ ଭଲପାଏ ମୁଁ ସତରେ।

ଫେରିଆସ ପ୍ରିୟତମା ଥରେ

ସନ୍ଦେହକୁ ପକାଇ ପଛରେ।

ବୁଝିଯିବୁ ଭଲପାଏ କେତେ

ବିଶ୍ୱାସ କର ଥରୁଟେ ମୋତେ।

ପଡିଶା ଘର ଝିଅକୁ ଚାହିଁ

ହସିଦେଲି ଥରୁଟିଏ ମୁହିଁ।

ସେଥିପାଇଁ ତୁମେ ହୋଇ ରୋଷ

କଥା ହେଲନି ଗୋଟିଏ ବର୍ଷ।

ସନ୍ଦିହାନ ପ୍ରିୟତମା ମୋର

ଅବିଶ୍ୱାସ କର ବାରବାର।

ବୁଝିପାରେନି ମୁହିଁ ତ ସତେ

କିପରି ବୁଝାଇବିରେ ତୋତେ।

ମୋ ହୃଦୟେ କେବଳ ତୁହି ତୁ

ଏକଥାକୁ କେବେ ତ ବୁଝିବୁ ତୁ।

ସନ୍ଦେହ ଛାଡ଼ି ପ୍ରିୟାରେ ମୋର

ଥରୁଟେ ମୋତେ ବିଶ୍ୱାସ କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance