STORYMIRROR

Sunanda Mohanty

Drama Horror Thriller

3  

Sunanda Mohanty

Drama Horror Thriller

ସନ୍ଦେହ ରଙ୍ଗ

ସନ୍ଦେହ ରଙ୍ଗ

1 min
160

ପ୍ରଶ୍ନ ଓ ଆଶଙ୍କା

ବିପର୍ଯ୍ୟସ୍ତ ଭାବନା

ବସ୍ତୁବାଦୀ ମାନସିକତା

ଏସବୁରେ ବୋଧହୁଏ ସନ୍ଦେହ

ଆଜିକାଲି ବାପା ପୁଅକୁ

ଭଉଣୀ ଭାଇକୁ

ସ୍ବାମୀ ସ୍ତ୍ରୀ କୁ

ସନ୍ଦେହ ଭିତରେ

କିଏ କୋଉ ପରି ଭାବନାରେ

ସନ୍ଧିକ୍ଷଣ ସଂଳାପ

ଅବାସ୍ତବ୍ ଆଚରଣ

ସାମୟିକ ଦୁର୍ବଳତା

ସନ୍ଦେହ କୁ କରେ ଦ୍ଵିଗୁଣିତ

ଚଳଣୀ ରେ ଅସାମଞ୍ଜସ୍ୟ

ବ୍ୟବହାର ଅସନ୍ତୁଳନ

ବାକ୍ୟ ବିନିମୟେ କ୍ରୋଧ

ଏସବୁ ସନ୍ଦେହ ଲକ୍ଷଣ

 ଛଡ଼ା ଆଉ କଣ

ସାମୟିକ ଦୁର୍ବଳତା ରୋକି

ସ୍ୱାର୍ଥ ଛାଡ଼ି ନିଶ୍ୱାର୍ଥପରତା ଭାବ ରଖି

ହାତେ ମାପି ଚାଖଣ୍ଡେ ଚାଲିବା ଶିଖି

ସନ୍ଦେହ ଘେର ଛିଡେଇ

ବେକରେ ପଘା ପକେଇ

ସଂସାର ସାର ବୁଝିନେଇ

ସନ୍ଦେହ ଭୟରେ ଯିବ ପଳେଇ

ତଥାପି ସନ୍ଦେହ ଫାସ

ସନ୍ଦେହୀ କୁ ସନ୍ଦେହ ବିଶ୍ୱାସ

ନିଶ୍ବାସ ରେ ପଶିଗଲେ ସେ ବିଷ

ଜିବନ ଥାଇ ଯା ନଥାଇ

ସନ୍ଦେହ ଏକ ଏମିତି ରୋଗ

ଔଷଧ ନିଜ ପାଖେ ଅଛି ଥିଲା ଥିବ ରହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama