ସ୍ନାହାନ ପୁନେଇଁ
ସ୍ନାହାନ ପୁନେଇଁ
ସରିଲା କାଳିଆ ସ୍ନାହାନ ପୁନେଇଁ
ଶହେ ଆଠ ଗରା ପାଣିରେ ଗାଧୋଇ
ଗଜବେଶେ ଉଭା କାଳିଆ ଗୋସାଇଁ
ଗଣପତି ଭଟ୍ଟ ଭକତର ପାଇଁ ॥
ଖୋଲା ପବନେ ପାଣି ଥଣ୍ତା ଲାଗଇ
ସୁକୁମାର ଦେହ ପାରିଲାନି ସହି
ଥଣ୍ତାଜ୍ବରେ କମ୍ପୁଛି କଳା କହ୍ନେଇ
ଛପନ ଭୋଗ ତ ଆଉ ରୁଚୁନାହିଁ ॥
ନୀଳାଚଳେ ଭକତ ଗହଳ ନାହିଁ
ପନ୍ଦର ଦିନର ପ୍ରତୀକ୍ଷା କରାଇ
ଅଣସର ଘରେ ଯାଇଛି ସେ ଶୋଇ
ବଇଦ ଉପଚାର ତାହାରି ପାଇଁ ॥
ଆରୋଗ୍ୟ ହୋଇବ ଜଡିବୁଟି ଖାଇ
ଫୁଲୁରି ତେଲକୁ ଦେହରେ ଲଗାଇ
ନବଯୌବନ ହେବ କଳା କହ୍ନେଇ
ପତିତଜନ ଦୁଃଖ ହାରିବା ପାଇଁ ॥