STORYMIRROR

subrat kumar jena

Romance Tragedy

2  

subrat kumar jena

Romance Tragedy

ସମୟର ଚିହ୍ନା ବେଳାରେ

ସମୟର ଚିହ୍ନା ବେଳାରେ

1 min
95

ସମୟର ଚିହ୍ନା ବେଳାରେ

ଅନେକ ଅଚିହ୍ନା ଚିହ୍ନା ଲାଗେ,

ଅନେକ ଚିହ୍ନା ଅଚିହ୍ନା ଲାଗେ,

ସମୟର ବେଳାଭୂମିରେ ପାଦ ଦେଉ ଦେଉ,

ସ୍ବପ୍ନ ସବୁ ସାଜେ ମରିଚିକା,

ଜୀବନେ ଆସେ ଝଡ଼ର ଚାଇତାଳି,

ବେଳାଭୂମିରେ କିଏ ଜଣେ ଦେଖା ହୁଏ,

ମୁଁ ବାନ୍ଧିହୁଏ ତାର ମିଠା ମିଠା କଥାରେ,

କାହିଁକି ଜେଜାଣି ନିଜର ନିଜର ଲାଗେ,

ଇଛା ହୁଏ କହିବାକୁ ତାକୁ ସବୁକିଛି ମନଖୋଲି,

ଜାଣେନା ଆଜିକାଲି ସେ ପାଖରେ ଥିଲେ,

ସବୁ ସମୟ ରଙ୍ଗୀନ ରଙ୍ଗୀନ ଲାଗେ,

ଇଛାମାନଙ୍କର କଅଁଳିଆ ଡେଣା ଲାଗେ,

ଅହରହ ସେମାନେ ଘୁରୁବୁଲନ୍ତି ମୋ ଭାବନା ରାଜ୍ୟରେ,

ତାକୁ ନେଇ ମନ ପକ୍ଷୀ ଗାଇବୁଲେ,

"ତୁମେ ଥିବ ମୁଁ ଥିବି,

ଥିବ ଏଇ ଜହ୍ନ"

ସ୍ୱପ୍ନର ସାମ୍ରାଜ୍ୟ ଆଜି ମୋର ଢେର ବିସ୍ତାରିତ,

ବୋଧେ ଏଇନେ ଏଇନେ ବସନ୍ତ ଆସିଛି,

କୋଇଲିର କୁହୁତାନ ବଡ଼ ଅଧିର କରୁଛି,

ଇଛା ହେଉଛି ଶୋଇ ଜିବାକୁ ତୁମ କୋଳରେ ମଥାପାତି ,

ସେଇ ଅମୃତ ସମ ପ୍ରେମ ରସକୁ ପାନକରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance