STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ସମୟର ଅନ୍ୟ ନାମ ଦର୍ପଣ କି

ସମୟର ଅନ୍ୟ ନାମ ଦର୍ପଣ କି

1 min
304

ହଠାତ ସେଦିନ ଦର୍ପଣ ଖସି ଚୁରମାର ହୋଇଗଲା

ଆଉ ଅଳ୍ପ କ୍ଷତାକ୍ତ କଲା କିନ୍ତୁ ବହୁତ ରକ୍ତ ଝରିଲା

ଯେବେ ତମେ କହିଲ, ଆଉ ସେଟା କଣ ଦରକାର

ଦର୍ପଣ କଣ ସମୟ କହୁଥିଲା ବାଲା ଘଣ୍ଟା

ତାର ବି କଣ ଥିଲା ଦୁଇଟା କଣ୍ଟା

ଗୋଟେ ବୋଧେ ସୂଚାଇ ଦେଉଥିଲା ପିଲାଦିନ

ଓ ଆଉ ଗୋଟେ ଯୌବନ?

ତେବେ ପ୍ରୌଢ଼, ବୃଦ୍ଧ ହେଲେ,

ଦର୍ପଣ ଦେଖିଲେ ଜଣେ ଚମକେ କାହିଁକି?

କେବେ କେବେ ଆର୍ଲଜାଇମର ଶିକାର ବି ହୁଏ

କେବେ ଦର୍ପଣ ଭିତରେ ଖୋଜିବାକୁ ବି ହୁଏ

ପିଲାଦିନ, ସ୍ମୃତି, ମହମହ ବାସେ

ବଧୂବେଶ, ସାଜସଜ୍ଜା ସବୁ ଉପହାସେ

ତଥାପି ପାଚି ଯାଇଥିବା ଚୁଟି ଓ ସବୁକିଛି

ଘୋଡାଇ ପକାଇବାରେ ଦର୍ପଣ କଣ କରେନା ସାହାଯ୍ୟ !

ମିଛ କହେ କି?

ତ ସମୟ ନୁହେଁ ସିଏ !

ତୁଚ୍ଛା ମିଛୁଆ କାଚରେ ସେହି ବିଜ୍ଞାନ ଭିତ୍ତିକ ରଙ୍ଗ

ଅଠା ଟିକକ ପା ସତ

ତମେ ବୁଝିଗଲ ନା ନାହିଁ

ହେଲେ ଛୋଟ ଛୋଟ ଟୁକୁଡା ଗୁଡ଼ାକରେ

ମୁଁ ଦେଖୁଥିଲି କେତେ ମୁଁହ

ତମର ମୋର ଅବା ସମୟର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract