STORYMIRROR

Jyotirmoyee Mohanty

Inspirational

3  

Jyotirmoyee Mohanty

Inspirational

ସମୟର ଆହ୍ୱାନ

ସମୟର ଆହ୍ୱାନ

1 min
170

ସମୟ କୁହେ 


ପାରିବ ଯଦି ଚାଲ ମୋ ସହ


ପାଦକୁ ମିଶାଇ ପାଦ।


ଦେଖିବ ଆଉ ଅଳ୍ପଦିନ ପରେ 


ତମାମ ଅନ୍ଧାରର ବୁକୁଚିରି


ନୂତନ ସୂର୍ଯ୍ଯଦୋୟ ହେବ


ପୁଣି ଥରେ କଅଁଳି ଉଠିବ 


ଛନଛନ ଦୁବ ଘାସ


ଆବେଗ ଓ ଉନ୍ମାଦନାରେ


ଭରିଯିବ ସଭିଙ୍କକ ମନ।



ପଳାତକ ସାଜିଥିବା ଋତୁମାନେ


ପୁଣି ଲେଉଟାଣି ଦେବେ, 


ହସିଉଠିବ ଧରଣୀ 


ତା ସବୁଜ କାନି ହଲାଇ ହଲାଇ


ଗୁଣୁଗୁଣେଉ ଥିବ ମନେ ମନେ।



ମହକିବ ବଉଳ ମହକିବ ଚନ୍ଦନ


ପବନେ ପବନେ ଥିବ ଏକ ଶୀହରଣ


ରାଗ ତୋଳି ନଈବି ଗାଇବ ଗୀତ


ଛନ୍ଦତୋଳି ନାଚିବ ମୟୁର।



ଅମୃତ ସନ୍ତାନ ଆମେ 


ହାରିବା ନାହିଁ, ଡରିବା ନାହିଁ


କି ଥକିଯିବା ନାହିଁ


ଚାଲ ଆମେ ସମୟ ସହ ଚାଲିବା


ଲଢିଯିବା ଲୋଟିଯିବା


ଶତ୍ରୁକୁ ପରାଜିତ କରିବା ଯାଏଁ 


ଆମେ ଯୁଦ୍ଧରତ ଥିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational