STORYMIRROR

Rekharani Sahu

Inspirational

3  

Rekharani Sahu

Inspirational

ସମୟ

ସମୟ

1 min
251


ସମୟ ଯଦି ଆମ ହାତରେ ବନ୍ଧା

 ତେବେ ସମୟକୁ ଡର କିଆଁ

ପରିସ୍ଥିତି ଯଦି ଆମ ହାତେ କବଳିତ

  ତେବେ ପରିବେଶକୁ ଭୟ କିଆଁ ।

 ବିନା କାତ ରେ ବି ବହୁଛି ନାଆ

 ସମୟର ସାଥେ ସାଥେ

 ବିନା ଯୋଡି ମହୁରୀରେ ଝିଅ ହଉଛି ବାହା..।।

 

ହଁ

ଏଇ ସମୟ! 

ଯାହାକୁ ତୁମେ ବିରକ୍ତିକରର

ଆଖ୍ୟା ଦେଇଛ

କେବେ ଭାବିଛ?? 

ଏଇ ସମୟ ଯଦି ନଥାନ୍ତା ଆମ ହାତେ

ତେବେ କ'ଣ ହୁଅନ୍ତା??

କେବେ ଭାବିଛ ପରିସ୍ଥିତି ସହ

ଖାପ୍ ଖୁଆଇ ନଚାଲିଲେ

ମଣିଷ ବଞ୍ଚିବାଟା ହେଇଯିବ ଚିନ୍ତା!!


ହଁ ଏଇ ସମୟ କାଲି ଚାଲିଯିବ

ଆଉ ତୁମେ ଖୋଜୁଥିବ, 

ଏଣେ ତେଣେ ହୋଇ

ଆଉ ଭାବୁଥିବ, 

କେତେ ଭଲଥିଲା ସେ ସମୟ

ଆଉ ଏବେ

ପରିବେଶ ସହ ପରିସ୍ଥିତି ବି ସନ୍ତୁଳିତ

କବଳିତ ପରିସ୍ଥିତିରୁ ତ ମୁକ୍ତି ମିଳିବ!! 

କିନ୍ତୁ!! 

କ'ଣ ମିଳିପାରିବ ସେ ବିତି ଯାଇଥିବା ସମୟ?? 

ଯାହାର ଦୁରୁପଯୋଗ କରି

ନିଜକୁ ମସଗୁଲ ରେ ବିତାଇ

ଖାଲି ବଞ୍ଚି ଚାଲିଥିଲ ଅଳସୀ ଆଖିରେ ନିଦ ଭରି!!


ହଁ ଏବେ ବି ସମୟ ଅଛି! 

କବଳିତ କର ତାକୁ

ସଦୁପଯୋଗ କରି ନିଜକୁ ଜିତିବାକୁ ଚେଷ୍ଟା କର

ବୀର ଯୋଦ୍ଧା ପରି ନିଜକୁ ସଜାଗ କର

ରାତ୍ରିର ପ୍ରହରୀ ହୋଇ

ନିଜକୁ ଜିତିବାର ପ୍ରୟାସ ଜାରିରଖ।। 


ତେବେ ଯାଇ ତୁମେ

ଭେଟି ପାରିବ ତୁମ ଭିତରେ ଅନ୍ତର୍ନିହିତ ଥିବା

ତୁମ ଅସୀମ ଶକ୍ତି କୁ

ଅସୀମ ଭାବନାକୁ

ଅଦ୍ବିତୀୟ ରୂପକୁ

ହଁ ତୁମେ ହିଁ ପାରିବ!! 

ଅଟକାଇ ଦିଅ

ସେ ସମୟକୁ... 

ଯାହା ତୁମ ହାତରେ ଅଛି

ଦିଅ ନାହିଁ ଆଉ କାହାକୁ

ତୁମ ଭାଗ୍ୟ ତୁମେ ନିଜେ ଲେଖ

କର୍ମ କରିଚାଲ ଧରି ସମୟକୁ

ଆଉ ବଦଳାଇ ଦିଅ ନିଜ ଭାଗ୍ୟ ରେଖାକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational