STORYMIRROR

Santosh Pattnayak

Abstract

2  

Santosh Pattnayak

Abstract

ସମୟ

ସମୟ

1 min
3.2K


ସମୟଟା ଏକ ଲକ୍ଷ୍ୟଶୀଳ ପଥ 

  ବାରତା ତା' ଧୈର୍ଯ୍ୟଶୀଳ

ସମୟର ସାଥେ କର୍ମ ଆଦରିଲେ 

   ମିଳଇ ସଦା ସୁଫଳ .....


ଚିହ୍ନା ଅଜଣାକୁ ଭେଟ ସେ'କରାଏ

   ଛଳନା ବାହାନା ନାଇଁ 

ଭଲ ଅବା ମନ୍ଦ ସବୁ କରମର 

  ମୂକ ସାକ୍ଷୀ ଟିଏ ସେଇ....


ଦାସ ନୁହେଁ କାର ନୁହେଁ ବି ବଇରୀ 

  ସଭିଏଁ ତାହାରି ବଶ 

ସମୟ ସୁଅରେ ହଜି ଯାଇଥାଏ

   ଦିନ ମାସ ଆଉ ବର୍ଷ..... 


ବୟସ ଆୟୁଷ ଭାବନା, କଳ୍ପନା 

  ଜୀବନର ରୀତିନୀତି, 

ସମୟର ତାଳେ ସବୁ ବଦଳନ୍ତି 

  ବଦଳେନି ଯାହା ସ୍ମୃତି .....


Rate this content
Log in

Similar oriya poem from Abstract