ସମୟ
ସମୟ
ସୁଖ ସମୟ ଆସିଲେ ସଭିଏଁ ତ
ହୋଇ ଯାଆନ୍ତି ନିଜର,
ଦୁଃଖ କଷ୍ଟ ପାଇଁ କେହି ଯେ ନ ଥାନ୍ତି
ଲୁହ କରେନାହିଁ ପର।
ପିତା ମାତା ବନ୍ଧୁ ଭାଇ ଭଗିନୀ ଓ
ରକ୍ତ ପୁଣି ସଖା ସହୋଦର
ସୁଖ ବେଳେ କେତେ ଟେକାଟେକି କରି
ଦୁଖଃ ରେ ଅଜଣା ପର।
ଆସିଛନ୍ତି ପରା ଦି ଦିନ କୁଣିଆ
ପାଇଁ ଏ ଧରଣୀ ପରେ,
ଧନ ଅହଂ କରେ ନିର୍ଦ୍ଧନୀ ଯେ ସ୍ଵଛ
ରହିବା ପରା ଶାନ୍ତିରେ ।
କରିଗଲେ ଆମେ ସତକର୍ମ ମାନ
ରହିବ କାଳେ ଉଦାହରଣ,
ଆମ କାର୍ଯ୍ୟ ପାଇଁ ହେବା ଇତିହାସ
ସାଲବେଗ ଯେ ମହାନ
