Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

RK entertainment

Abstract Inspirational Children

4  

RK entertainment

Abstract Inspirational Children

ସମୟ ତ ଏବେ ଆସିଛି

ସମୟ ତ ଏବେ ଆସିଛି

1 min
222


ସକଳ ଶକ୍ତି ର ଆଧାର ଆଜି    

ସତେକି ରାଗରେ ଜଳୁଛି 

ସାରା ସଂସାର କୁ ଜାଳି ଦେବା ପାଇଁ

   ଶପଥ ନେଇ ସେ ଆସିଛି ।


ତଥାପି ବୁଝୁନି ଅବୁଝା ମଣିଷ 

    ଦୋଷ ଯାହା ନିଜେ କରୁଛି 

ନିଜ ଦୋଷ ପାଇଁ ପ୍ରାଣୀ ଜଗତକୁ 

     ବିନା ଦୋଷେ ସିଏ ମାରୁଛି  ।


ସବୁର ମୂଳରେ ଅମ୍ଳଜାନ ଲୋଡ଼ା 

     ଜଙ୍ଗଲ କୁ ବି ଆଜି ଜାଳୁଛି 

ଟିକେ ଖୁସି ପାଇଁ ସଭିଙ୍କୁ ସେ ଆଜି 

     ହନ୍ତସନ୍ତ କରି ମାରୁଛି ।


ଗ୍ରୀଷ୍ମ ରେ ସେହି ଖୁସି ଆଉ ନାହିଁ 

    ସବୁ ଆଜି ହଜି ଯାଇଛି 

ପ୍ରାଣୀ ଜଗତ ଟା ତ୍ରାହି ତ୍ରାହି ହୋଇ 

    ବେସାହାରା ହୋଇ କାନ୍ଦୁଛି ।


ପ୍ରଚଣ୍ଡ ରୌଦ୍ର ପରତାପ ସାଥେ 

     କୋରୋନା ଟା କାଁହୁ ଆସିଛି 

ଅମ୍ଳଜାନ ପାଇଁ ଜୀବନ ଯାଉଛି 

     ଦାଉ ବି ତାହାର ସାଧୁଛି ।


ଏତିକି କହିବି ଶେଷେ ଦୁଇ ଧାଡି 

      ମନକୁ ମୋହର ଆସୁଛି 

ସୁଧୁରି ଯାଅ ହେ ମଣିଷ ଭାଇ 

      ସମୟ ଏବେ ତ ଆସିଛି ।


ସଭିଏଁ ବଂଚିବା ଶକ୍ତି ବି ସଂଚିବା 

       ନୂଆ ଜଙ୍ଗଲ କରିବା ସୃଷ୍ଟି 

ଗ୍ରୀଷ୍ମ ବି ଏଠି ସୁନ୍ଦର ହୋଇବ 

       ସମୟରେ ହେବ ବୃଷ୍ଟି ।

  


Rate this content
Log in