ସମୟ କ୍ରମଶଃ
ସମୟ କ୍ରମଶଃ
ସୃଷ୍ଟି ଆରମ୍ଭରୁ ସମୟ କ୍ରମଶଃ
ଅବିରାମ ଗତି ପ୍ରବାହ
ସମୟ କ୍ରମେ ସଭ୍ୟତାର ବିକାଶ
ଚାଲୁଅଛି ଅହରହ
ସମୟ ହିଁ ସତ୍ୟ ଶିବ ଓ ସୁନ୍ଦର
ସମୟ ସ୍ଵତନ୍ତ୍ର ସ୍ଵାଧୀନ
ନିରବଚ୍ଛିନ୍ନ ଗତିରେ ପ୍ରବାହିତ
ସମ ଦୃଷ୍ଟି ଭାବାପର୍ଣ୍ଣ
ନିର୍ବିକାର ନିର୍ବିକଳ୍ପ ନିରଳସ
ସମୟ ସଦା ଅଦୃଶ୍ୟ
ସ୍ପର୍ଶତାରେ ଅବିରତ ଅନୁଭବ
ନିଃଶ୍ୱାସ ସହ ବିଶ୍ୱାସ
ସମୟ ସହ ଶୁଭଲଗ୍ନ ଜଡ଼ିତ
ଉତ୍କଣ୍ଠା ପରିଲକ୍ଷିତ
ହୃଦୟ ମିଳନ ଅବା ସମାରୋହ
ଆଶାୟୀ ଅପେକ୍ଷାରତ
ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ସମୟ ସାରଣୀ
ଆଗତ ଓ ଭବିଷ୍ୟତ
ଆଶା ବିଶ୍ୱାସ ସହ ନିର୍ଭରଶୀଳ
ସମୟ ସତ୍ୟ ନିଶ୍ଚିତ
ସମୟ ର ତାଳେ ତାଳେ ସମ୍ଭାବନା
ସୁନେଲି ଉଜ୍ଜ୍ବଳ ଭବିଷ୍ୟ
ପ୍ରତୀକ୍ଷା ପରେ ଲାଳସା ଚରିତାର୍ଥ
ସମୟ ଆସିବ ଅବଶ୍ୟ ।
ଦୁଃଖରେ ବିତୁଛି ଚଳନ୍ତି ସମୟ
ବିଶ୍ୱାସ ସହିତ ଆଶା
ଆସିବ ସୁଦିନ ସମୟ କ୍ରମରେ
ମନରେ ଆଶା ଭରଷା
ସନ୍ଦେହର ଅବକାଶ ନାହିଁ ମନେ
ସୁଖରେ ବିତୁଛି ସମୟ
ଚଳନ୍ତି ସମୟ ସର୍ବସ୍ବ ଭାବନା
ସବୁ କିଛି ସୁଖମୟ
ଅବ୍ୟାହତ ପରିବର୍ତ୍ତନ ର ଧାରା
ସମୟର ତାଳେ ତାଳେ
ସୁଖ ଦୁଃଖ ହସ କାନ୍ଦ ଭଲ ମନ୍ଦ
ସବୁ କିଛି କାଳ ବଳେ
ଘଟଣା ଦୁର୍ଘଟଣା ସମ୍ଭାବ୍ୟ ସ୍ଥିତି
ସମୟ ସହିତ ଜଡିତ
ସମୟ ଧାରେ ଧାରେ ନିତ୍ୟ ସଂଘର୍ଷ
ସୁଦିନ ପାଇଁ ଇପ୍ସିତ ।
ସମୟ ଦର୍ଶାଏ ସୁବିଧା ସୁଯୋଗ
ଉପଯୋଗ ବାଞ୍ଛନୀୟ
ସମୟ ଅନୁସରଣରେ ସୌଭାଗ୍ୟ
ଅବଶ୍ୟ ହୁଅଇ ଉଦୟ
ପ୍ରତି ମୁହୂର୍ତ୍ତ ନିହାତି ମୂଲ୍ୟବାନ
ଅବଦାନ ବି ଅନନ୍ୟ
ଜୀବନର ଆଶା,ସ୍ଵପ୍ନ ଅସମ୍ପୂର୍ଣ୍ଣ
ଯଦି ହୁଏ ପ୍ରତ୍ୟାଖ୍ୟାନ ।
ସମୟର ତାଳେ ତାଳେ ସଫଳତା
ସମୟ ଖେଳୁଛି ଖେଳ
ସଦ୍ୟ ବିଫଳତା ଦିଏ ଦୃଢ଼ ବାର୍ତ୍ତା
ସଂଘର୍ଷ ହେଉ ପ୍ରବଳ
ସମୟ ହିଁ ଏକମାତ୍ର ବଳବାନ
ଅସମ୍ଭବ ବି ସମ୍ଭବ
ସଦା ସଂଗ୍ରାମରେ ରତ ଯେଉଁ ଜନ
ସୁଫଳ ନିଶ୍ଚୟ ହେବ
ସାର୍ଥକ ହୁଅଇ ମଣିଷ ଜୀବନ
ସମୟ ହୋଇଲେ ଜ୍ଞାତ
ସମୟ ହିଁ ଚିରନ୍ତନ ବଳବାନ
ସର୍ବତ୍ର ପ୍ରାୟ ବିଦିତ
ଅନ୍ୟର ଦୁଃଖ ବିପଦ ସମୟରେ
ତାତ୍ସଲ୍ୟ ବଦଳେ ସାହା
ଉଜ୍ଜୀବିତ ହେଉ ମାନବିକତା ଭାବ
ଦୁଃଖୀ ଲଭୁ ଦୟା ରାହା
ସମୟ କ୍ରମରେ ଦୃଶ୍ୟ ବଦଳିଛି
ସବୁ କ୍ରମଶଃ ବିକାଶ
କ୍ରମଶଃ ଦୁର୍ଦ୍ଦିନ ହୋଇବ ସୁଦିନ
ସବୁ ସମ୍ଭବ ଅବଶ୍ୟ ।।
