ସମୟ ଚକ୍ରରେ ଭାଗ୍ୟ
ସମୟ ଚକ୍ରରେ ଭାଗ୍ୟ
ସମୟ ଯେ ବଳବାନ୍
ଏବେ ତାହା ଦୋହରାଇବା ଅନାବ୍ୟଶକ
ତଥାପି ବୁଝେନା ଏ ମନ,
ଇଚ୍ଛାହୁଏ ଜୀବନକୁ ବାଜି ଲଗେଇଦେଇ
ଆଗେଇ ଯିବାକୁ ତାର ମୁକାବିଲା ପାଇଁ
ଏକ ଅନନ୍ୟ ଏକକ ସଂଗ୍ରାମରେ ।
ସମୟ ସହିତ ଭିଡା ଓଟରାରେ ଅବଶ୍ୟ
ଭାଗ୍ୟ ହିଁ ବଳି ପଡିଯାଏ ସବୁବେଳେ
ଏକ ଅନୂଢା ଢଙ୍ଗରେ
କପାଳରେ ହାତ ମାରି ମାରି ଅର୍ପି ଦେଉ ଆମେ
ଆଞ୍ଜୁଳା ଆଞ୍ଜୁଳା କଟୁକ୍ତି
ଭାଗ୍ୟର ସଦ୍ୟ ପ୍ରସ୍ତୁତ କୋକେଇ ଉପରେ ।<
/p>
ନିର୍ଲିପ୍ତ ଭାଗ୍ୟ କିନ୍ତୁ
ସବୁ ଅବୁଝ ବଳୟର ଉର୍ଦ୍ଧ୍ବରେ ରହି
ଅହରହ ସୂଚେଇ ଚାଲେ ଆମକୁ
ଅନେକ ସମ୍ଭାବନାର ଖିଅ
ତା’ର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ।
କଟାକ୍ଷରେ ଜଡସଡ ଭାଗ୍ୟ କିନ୍ତୁ
ଭଙ୍ଗା ଅଣ୍ଟାକୁ ସଳଖେଇ ଦେଇ
ବତେଇ ଦେଉ ଦେଉ ଜୀବନ ଜିଇଁବାର
ଅମୋଘ ସୂତ୍ର
ହାତମୁଠାରେ ଧରେଇଦିଏ
ଏକ ବିଜୟୀର ବିଜୟ ଧ୍ଵଜା ।
ଭାଗ୍ୟ ଯିନ୍ଦାବାଦ୍ ।